www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ଼ ଟୀକାକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କ ନିଶାଣ କଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି । ସେ କୋଭିଡ଼ ୧୯ ଟୀକା ସମସ୍ତଙ୍କୁ ଦିଆଯିବ କି ନାହିଁ ପ୍ରଶ୍ନ କରିଛନ୍ତି । ଟ୍ବିଟରରେ ସେ ଲେଖିଛନ୍ତି ଯେ କୋଭିଡ଼ ଟୀକା ସମସ୍ତଙ୍କୁ ଦିଆଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜର ସ୍ଥିତି ସ୍ପଷ୍ଟ କରନ୍ତୁ ।

ବିହାର ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାଗଣା ଟୀକା ଦିଆଯିବ ବୋଲି କହିଥିଲେ । ସେଠି ତ ଏନଡ଼ିଏ ସରକାର ଆସିଛି, ତେଣୁ ବିହାରର ସମସ୍ତଙ୍କୁ ମାଗଣାରେ  ଟୀକା ମିଳିବ କି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହନ୍ତୁ ବୋଲି ରାହୁଳ ଟ୍ବିଟରେ ଆହ୍ବାନ ଦେଇଛନ୍ତି ।

- Advertisement -

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଦେଶର ସମଗ୍ର ଜନସଂଖ୍ୟାକୁ କୋଭିଡ଼ ଟୀକାକରଣର ଆବଶ୍ୟକତା ହୋଇ ନପାରେ । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସରକାର ସମଗ୍ର ଦେଶକୁ ଟୀକାକରଣ ବିଷୟରେ କେବେ କହିନାହାଁନ୍ତି। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ କେବଳ ପ୍ରକୃତ ତଥ୍ୟ ଉପରେ ଆଧାର କରି ଏଭଳି ବୈଜ୍ଞାନିକ ବିଷୟ ଉପରେ ଆଲୋଚନା କରିବା ଏବଂ ପରେ ଏହାର ବିଶ୍ଳେଷଣ କରିବା ବୋଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories