ଅସହ୍ୟ ତାତି ସହ ଗୁଳୁଗୁଳି ; ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ
ଭୁବନେଶ୍ୱର : ଅସହ୍ୟ ଗରମ। ଛଟପଟ ସାରା ରାଜ୍ୟବାସୀ। ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭବ ହେଉଛି ପ୍ରଚଣ୍ଡ ଗୁଳୁଗୁଳି। ପଶ୍ଚିମରେ ତାତି ସହ ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ୩୯.୨, ଭୁବନେଶ୍ୱର ଓ ଚାନ୍ଦବାଲି ୩୭ ଡିଗ୍ରୀ। କେନ୍ଦୁଝର ୩୬.୨,ବାଲେଶ୍ୱର ୩୫.୬, ପୁରୀ ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଆଜି ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି ସହ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ଼ କରାଯାଇଥିଲା। ୭୫% ଆଦ୍ରତା ଥିବାରୁ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର:୩୯.୪ ଡ଼ିଗ୍ରୀ
ଝାରସୁଗୁଡା: ୩୯.୪ ଡ଼ିଗ୍ରୀ
ହୀରାକୁଦ: ୩୯.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୭.୦ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୦ ଡ଼ିଗ୍ରୀ
କେନ୍ଦୁଝର: ୩୬.୨ ଡ଼ିଗ୍ରୀ
ବାଲେଶ୍ୱର: ୩୫.୬ ଡ଼ିଗ୍ରୀ
ପୁରୀ: ୩୫.୪ଡ଼ିଗ୍ରୀ
ଗୋପାଳପୁର: ୩୩.୮ ଡ଼ିଗ୍ରୀ
ପାରାଦୀପ: ୩୩.୪ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) May 30, 2023
Comments are closed.