www.samajalive.in
Friday, December 5, 2025
23.1 C
Bhubaneswar

ପ୍ରବଳ ବର୍ଷିବ; ସମସ୍ତ ବନ୍ଦର ପାଇଁ ୩ନଂ ବିପଦ ସଂକେତ ଜାରି

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିବ ପ୍ରବଳ ବର୍ଷା । ବର୍ଷା ପାଇଁ ଓଡ଼ିଶାର ସମସ୍ତ ବନ୍ଦରକୁ ପାଣିପାଗ ବିଭାଗ ପକ୍ଷରୁ ବିପଦ ସଂକେତ ଜାରି କରାଯାଇଛି । ରାଜ୍ୟର ୫ ବନ୍ଦର ତଥା ପାରାଦୀପ, ପୁରୀ, ଚାନ୍ଦବାଲି,ଧାମରା, ଏବଂ ଗୋପାଳପୁରକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ନଂ ବିପଦ ସଂକେତ ଜାରି କରାଯାଇଛି । ଖାଲି ସେତିକି ନୁ​‌ହେଁ ବର୍ଷାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।  ୧୧ ତାରିଖ ଯାଏ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ନଯିବାକୁ ପରାମର୍ଶ ଦେଇଛି ବିଭାଗ ।

ସେପଟେ ଆଜି ରାଜ୍ୟର ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।  ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ବିଭାଗ । ଏଥିସହିତ ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପଣିପାଗ ବିଭାଗ । ଆଜି ରାଜ୍ୟର ଗୋଟିଏରୁ ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି । ଏଥିସହିତ ସମୁଦ୍ର ଅଶାନ୍ତ ରହିବ ବୋଲି କହିଛି ବିଭାଗ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories