www.samajalive.in
Friday, December 5, 2025
23.1 C
Bhubaneswar

ରାଶି ଅନୁଯାୟୀ ଭାଇଙ୍କ ହାତରେ ବାନ୍ଧନ୍ତୁ ରାକ୍ଷୀ : ମିଳେ ଶୁଭଫଳ

ରକ୍ଷାବନ୍ଧନର ପର୍ବ ଅଗଷ୍ଟ ୧୧ରେ ପାଳନ କରାଯିବ। ଏହି ପର୍ବ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧି ଥାଏ। ଭାଇ-ଭଉଣୀଙ୍କ ଅତୁଟ ପ୍ରେମ ଓ  ସମର୍ପଣର ପ୍ରତୀକ। ପ୍ରତ୍ୟେକ ବର୍ଷ ସଭିଏଁ ଏହାକୁ ଖୁସିର ସହ ଚାହିଁ ରହିଥାଆନ୍ତି। ତେବେ ଜାଣନ୍ତୁ ଭାଇଙ୍କ ରାଶି ଅନୁଯାୟୀ କେଉଁ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ..
ମେଷ ରାଶି – ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ। ତେଣୁ ଭାଇଙ୍କର ମେଷ ରାଶି ହୋଇଥିଲେ ଲାଲ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
ବୃଷ – ଏହି ରାଶିର ସ୍ୱାମୀ ଶୁକ୍ର। ତେଣୁ ଭାଇଙ୍କର ବୃଷ ରାଶି ହୋଇଥିଲେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
ମିଥୁନ – ଏହି ରାଶିର ସ୍ୱାମୀ ବୁଧ ଗ୍ରହ। ତେଣୁ ଭାଇଙ୍କର ମିଥୁନ ରାଶି ହୋଇଥିଲେ ସବୁଜ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
କର୍କଟ – ଏହି ରାଶିର ସ୍ୱାମୀ ଚନ୍ଦ୍ରମା। ତେଣୁ ଭାଇଙ୍କର କର୍କଟ ରାଶି ହୋଇଥିଲେ ଧଳା ରଙ୍ଗା ରାକ୍ଷୀ ବାନ୍ଧନ୍ତୁ।
ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟ। ଜ୍ୟୋତିଷ ମାନ୍ୟତା ଅନୁଯାୟୀ, ଭାଇଙ୍କର ସିଂହ ରାଶି ହୋଇଥିଲେ ଲାଲ କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
କନ୍ୟା – କନ୍ୟା ରାଶିର ସ୍ୱାମୀ ବୁଧ ଗ୍ରହ। ଭାଇଙ୍କର ଏହି ରାଶି ହୋଇଥିଲେ, ସବୁଜ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
ତୁଳା – ଏହି ରାଶିର ସ୍ୱାମୀ ଶୁକ୍ର ଗ୍ରହ। ଭାଇଙ୍କର ଏହି ରାଶି ହୋଇଥିଲେ ଗୋଲାପି ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
ବିଛା – ଏହି ରାଶିର ସ୍ୱାମୀ ମଙ୍ଗଳ ଗ୍ରହ। ଭାଇଙ୍କର ଏହି ରାଶି ହୋଇଥିଲେ ଲାଲ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
ଧନୁ – ଏହି ରାଶିର ସ୍ୱାମୀ ଶୁକ୍ର। ଭାଇଙ୍କର ଏହି ରାଶି ହୋଇଥିଲେ ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
ମକର – ଏହି ରାଶିର ସ୍ୱାମୀ ଶନି। ଭାଇଙ୍କର ଏହି ରାଶି ହୋଇଥିଲେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
କୁମ୍ଭ – ଏହି ରାଶିର ସ୍ୱାମୀ ଶନି। ଭାଇଙ୍କର ଏହି ରାଶି ହୋଇଥିଲେ ବାଇଗଣୀ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ।
ମୀନ – ଏହି ରାଶିର ସ୍ୱାମୀ ଶୁକ୍ର। ଭାଇଙ୍କର ଏହି ରାଶି ହୋଇଥିଲେ କଳା ବ୍ୟତୀତ ଅନ୍ୟ ରଙ୍ଗର ରାକ୍ଷୀ ବାନ୍ଧି ପାରିବେ।
ରାଶି ଅନୁଯାୟୀ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇଙ୍କୁ କର୍ମକ୍ଷେତ୍ରରେ ସଫଳତା, ଉଭୟଙ୍କ ମଧ୍ୟରେ ସ୍ନେହ,ସମ୍ପର୍କରେ ମଧୁରତା, ଶୁଭଫଳ ପ୍ରାପ୍ତି ହେବା ସହ ଦୀର୍ଘାୟୁ ହୋଇ ଥାଆନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories