www.samajalive.in
Saturday, December 6, 2025
14.1 C
Bhubaneswar

ପାଣି ପାଇଁ ଡହଳବିକଳ ଦିଲ୍ଲୀବାସୀ, ଟ୍ୟାଙ୍କର ଆସିବା କ୍ଷଣି ଚଢ଼ିଯାଉଛନ୍ତି ଲୋକେ, ପାଇପଲାଇନ ସୁରକ୍ଷା ପାଇଁ ପୁଲିସ ସହାୟତା ଲୋଡ଼ିଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି। ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଟ୍ୟାଙ୍କର ଆସିବା କ୍ଷଣି ଗାଡ଼ି ଉପରେ ଚଢ଼ି ଜୋରଜବରଦସ୍ତ ପାଣି ନେଉଛନ୍ତି। ରାଜଧାନୀର ଏଭଳି ଦୃଶ୍ୟ ସମଗ୍ର ଦେଶ ପାଇଁ ସତର୍କ ଘଣ୍ଟି ପାଲଟିଛି। ପରିସ୍ଥିତି ଏପରି ହେଲାଣି ଯେ, ସରକାର ଏବେ ପାନୀୟଜଳ ପାଇପଲାଇନର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀ ରବିବାର ଦିଲ୍ଲୀ ପୁଲିସ ଆୟୁକ୍ତ ସଞ୍ଜୟ ଅରୋରାଙ୍କୁ ଚିଠି ଲେଖି ପାଇପଲାଇନ ସୁରକ୍ଷା ପାଇଁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇ ଯାଇଥିବା ପାଇପଲାଇନର ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ମୁତୟନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଜଳାଭାବ ସମୟରେ ଲୋକେ ପାଇପଲାଇନକୁ କାଟି ପାଣିନେବାକୁ ଉଦ୍ୟମ କରିବେ ବୋଲି ଆଶଙ୍କା କରି ମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ନୂଆଦିଲ୍ଲୀରେ ବର୍ତ୍ତମାନ ଜଳ ସଙ୍କଟ ଦେଖାଦେଇଛି। ଦୈନିକ ୭୦ ନିୟୁତ ଗ୍ୟାଲନ ଜଳ ଅଭାବ ପଡ଼ୁଛି। ମୁନାକ କେନାଲ ଏବଂ ୱାଜିରାବାଦ ଜଳଭଣ୍ଡାରରେ ଜଳାଭାବ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ଅତିଶୀ କହିଛନ୍ତି। ଅନ୍ୟପଟେ ଜଳସଙ୍କଟ ଦୂର ପାଇଁ ଆପ୍‌‌ ସରକାରଙ୍କ ପକ୍ଷରୁ ହରିୟାଣା ସରକାରଙ୍କୁ ଅନୁରୋଧ କରାଯାଇଛି। ମାନବିକତା ଦୃଷ୍ଟିରୁ ହରିୟାଣାରୁ ଯମୁନା ନଦୀରେ ଦିଲ୍ଲୀକୁ ପାଣି ଛାଡ଼ିବାକୁ ଅନୁରୋଧ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories