www.samajalive.in
Monday, December 8, 2025
13.1 C
Bhubaneswar

ଗର୍ଜନ ସେନା ପକ୍ଷରୁ ବୁଲା ପଶୁ ଓ ପକ୍ଷୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା 

ବୌଦ୍ଧ : ବୌଦ୍ଧ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଜଳ ଉତ୍ସ ସବୁ ଶୁଖିବାରେ ଲାଗିଛି। ଫଳରେ ମଣିଷଙ୍କ ବ୍ୟତୀତ ବୁଲା ପଶୁ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଗୋଟିଏ ପଟେ ମହମାରୀ ଭୟ ଅନ୍ୟପଟେ ଜଳକଷ୍ଟ ଏହାରି ମଧ୍ୟରେ ଜୀବଜଗତ ନିଜର ସତ୍ତା ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛନ୍ତି। ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ଅନେକ ସ୍ୱେଛାସେବୀ ଜନହିତକର କାର୍ଯ୍ୟ ପାଇଁ ସ୍ୱେଛାକୃତ ଭାବରେ ପଦାକୁ ବାହାରୁଛନ୍ତି। ଜିଲାର ବିଭିନ୍ନ ବିକାଶ ପାଇଁ ସ୍ୱର ଉତ୍ତୋଳନ ଜାରି ରଖିଥିବା ବୌଦ୍ଧ ଗର୍ଜନ ସେନା ପକ୍ଷରୁ ଏହି ମହାମାରୀ ସମୟରେ ବୁଲାପଶୁ ଓ ପକ୍ଷୀମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା କରାଯାଇଛି। ଗର୍ଜନ ସେନା ପକ୍ଷରୁ କାର୍ଯ୍ୟକର୍ତ୍ତାମାନେ ହାଟଗାଁ, ବିରାମଚନ୍ଦ୍ରପୁର, ସରସରା, ବାମଣ୍ଡା, ନୂଆପଡା ଆଦି ବିଭିନ୍ନ ଗ୍ରାମ ବୁଲି ଗଛମାନଙ୍କରେ ପକ୍ଷୀମାନଙ୍କ ପାଇଁ ପାଣିପାତ୍ର ଝୁଲାଇବା ସହିତ ପଶୁମାନଙ୍କ ପାଇଁ ନଳକୂପର ପରିତ୍ୟକ୍ତ ପାଣିକୁ ଗାତଖୋଳି ସଂରକ୍ଷିତ ରଖିବା ସହିତ ଅନ୍ୟ ଜଳଉତ୍ସ ଗୁଡିକରେ ମଧ୍ୟ ପାନୀୟଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଜିବ ଯନ୍ତୁଙ୍କ ପାଇଁ ପାନୀୟଜଳ ସଂରକ୍ଷଣ ସହିତ ଗର୍ଜନ ସେନାର ସଦସ୍ୟମାନେ ଗ୍ରାମ ଗ୍ରାମ ବୁଲି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗର୍ଜନ ସେନାର ବାଲ୍ମିକୀ ମହାକୁଡ, ବ୍ରଜ ମହାକୁଡ, ସୋନି ଭୋକ୍ତା, ଦେବାଶିଷ ପ୍ରଧାନ, ସିଲୁ ମହାକୁଡ, ଶ୍ରୀକାନ୍ତ ଭାଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories