www.samajalive.in
Tuesday, December 9, 2025
17.1 C
Bhubaneswar

ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣା: ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ

ବୁର୍ଲା: ଆଜି ଆସିବ ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାର ଶବ ବ୍ୟବଛେଦ ରିପୋର୍ଟ। ପୁଲିସ ଏବଂ ଏଫଏମଟି ବିଭାଗ ଘଟଣାକୁ ବହୁ ଗୁରୁତର ସହ ନେଇଥିବା ବେଳେ ଏବେବି ଅଟକ ଅଛନ୍ତି ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଏବଂ ତାଙ୍କ ସହଯୋଗୀ ମାନସ।

ସୂଚନା ଥାଉକି, ଗତ ମଙ୍ଗଳବାର ରାତି ପ୍ରାୟ ୯.୩୦ ସମୟରେ ଭିସୁଟର ଜଣେ ପାସ ଆଉଟ୍ ହୋଇଥିବା ଛାତ୍ରୀ ଚିନ୍ମୟୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କରିଥିବା ନେଇ ଯୁବତୀଙ୍କ ପରିବାର ବର୍ଗ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା କରିଛି। ସେପଟେ ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣାରେ ଉତ୍ତରାଞ୍ଚଳ ଆଇଜି ଡକ୍ଟର ଦୀପକ କୁମାର କହିଛନ୍ତି ପାରିପାର୍ଶ୍ବିକ ସ୍ଥିତି ତଥା ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି। ଆବଶ୍ୟକ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି।

- Advertisement -

ସେପଟେ ଯୁବତୀଙ୍କ ମୃତ୍ୟୁ ଘଟଣାରେ ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ। ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଭୀମସାର ଏଫଏମଟି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟସାଇ ପଣ୍ଡା। ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରାଯାଇଥିବାବେଳେ ଆଜି ହିଁ ଏହା ପ୍ରଦାନ କରଯିବ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି। ତେବେ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି ଏଫଏମଟି ବିଭାଗ। ଶବ ବ୍ୟବଛେଦ ହୋଇ ସରିଛି। ତେବେ ଚିନ୍ମୟୀକୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ଜାଣିବାକୁ ଅପେକ୍ଷା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories