www.samajalive.in
Monday, December 8, 2025
27.1 C
Bhubaneswar

ମତଦାନ କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍ ମନା:ସିଇଓ

ଭୁବନେଶ୍ଵର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହେଉଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ। ସମ୍ବଲପୁର, କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ମତଦାନ କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି।  କିଛି ବୁଥ୍‌ରେ ଭୋଟର ମାନେ ମୋବାଇଲ ନେଇ ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଏପରି ନକରିବାକୁ ଉଭୟ ଭୋଟର ଏବଂ ଅଧିକାରୀଙ୍କ ପ୍ରେସମିଟ୍ ଜରିଆରେ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୋଟର ମାନଙ୍କ ବୁଥ୍ ଭିତରକୁ ମୋବାଇଲ ଫୋନ୍ ନ ନେବାକୁ ସେ ଅନୁରୋଧ କରିଛନ୍ତି। ବୁଥ୍ କୁ ସ୍ମାର୍ଟ ଓ୍ବାଚ୍ ପିନ୍ଧିକି ଯିବା ବାରଣ ବୋଲି କହିଛନ୍ତି ସିଇଓ। ତେବେ ସୂଚନା ଅନୁଯାୟୀ ରାଜ୍ୟରେ ଆଜି ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଭୁବନେଶ୍ୱରରେ ୬.୬୫ ପ୍ରତିଶତ, କଟକରେ ୭.୩୨ ପ୍ରତିଶତ, ଢେଙ୍କାନାଳରେ ୭.୯୫ ପ୍ରତିଶତ, କେନ୍ଦୁଝରରେ ୮.୭୪ ପ୍ରତିଶତ, ପୁରୀରେ ୬.୮୭ ପ୍ରତିଶତ ଏବଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୭.୦୯ ପ୍ରତିଶତ ହୋଇଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories