www.samajalive.in
Monday, December 8, 2025
27.1 C
Bhubaneswar

ଭକସ୍‍ୱାଗନକୁ ଏନ୍‍ଜିଟିର ଭର୍ତ୍ସନା

ନୂଆଦିଲ୍ଲୀ : ଜାତୀୟ ସବୁଜ ପ୍ରାଧିକରଣ (ଏନ୍‍ଜିଟି) ଜର୍ମାନୀର ଭକସ୍‍ୱାଗନ କମ୍ପାନୀକୁ ଭର୍ତ୍ସନା କରିଛନ୍ତି । ୨୦୧୮ ନଭେମ୍ବର ୧୬ତାରିଖ ନିର୍ଦ୍ଦେଶାନାମା ଅନୁଯାୟୀ ୧୦୦କୋଟି ଟଙ୍କା ଜମା କରିନଥିବାରୁ ପ୍ରାଧିକରଣ କମ୍ପାନୀକୁ ଭର୍ତ୍ସନା କରିଛନ୍ତି । ତେବେ ୨୪ ଘଣ୍ଟା ଜମା କରିିବାକୁ ଏନ୍‍ଜିଟି କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‍ଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖଣ୍ଡପୀଠ ନିର୍ଦ୍ଦେଶନାମା ପାଳନ କରିବାରେ ଭକସ୍‍ୱାଗନ କମ୍ପାନୀର ଅବହେଳା ପ୍ରତି କଠୋର ମନୋଭାବ ପୋଷଣ କରି ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ଏହି ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ୍‍କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାରୁ ସବୁଜ ପ୍ରାଧିକରଣ ପକ୍ଷରୁ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories