ଭୋଡାଫୋନ ଆଣିଲା ୫୦, ୧୦୦ ଏବଂ ୫୦୦ଟଙ୍କାର ପ୍ଲାନ
ନୂଆଦିଲ୍ଲୀ : ଭୋଡାଫୋନ ମ୍ପାନୀ ତାର ଗ୍ରାହକ ମାନଙ୍କ ପାଇଁ ଏକ ଶସ୍ତା ପ୍ରି-ପେହ ପ୍ଲାନ ଆଣିଛି। ଯେଉଁଥିରେ ୫୦,୧୦୦ ଏବଂ ୫୦୦ଟଙ୍କାର ପ୍ଲାନ ସାମିଲ ରହିଛି। ଭୋଡାଫୋନର ଏହି ପ୍ଲାନର ବୈଧତା ୮୪ଦିନ। ତେବେ ଆସନ୍ତୁ ଏହି ପ୍ଲାନ ବିଷୟରେ ଅଧିକ ଜାଣିବା।
ଭୋଡାଫୋନର ୫୦ଟଙ୍କାର ପ୍ଲାନ ବିଷୟରେ କହିଲେ ଏଥିରେ ୩୯.୩୭ଟଙ୍କାର ଟକ୍ ଟାଇମ ମିଳିବ। ଯାହାର ବୈଧତା ୨୮ଦିନ।
ସେହିପରି ଭୋଡାଫୋନର ୧୦୦ଟଙ୍କାର ପ୍ଲାନରେ ୨୮ଦିନର ବୈଧତା ସହିତ ଫୁଲ ଟକ୍ ଟାଇମ୍ ମିଳିବ। ଏତିରେ ଆପଣଙ୍କୁ କୌଣସି ଡାଟା ଏବଂ ଫ୍ରି କଲିଙ୍ଗ ମିଳିବ ନାହିଁ।
ଭୋଡାଫୋନର ୫୦୦ଟଙ୍କାର ପ୍ଲାନରେ ମଧ୍ୟ ଫୁଲ ଟକ୍ ଟାଇମ୍ ମିଳିବ। ଯାହାର ବୈଧତା ୮୪ଦିନ। ଏହି ପ୍ଲାନରେ ମଧ୍ୟ କୌଣସି ଡାଟା କିମ୍ବା ଫ୍ରି କଲିଙ୍ଗ ମିଳିବ ନାହିଁ।
ବର୍ତ୍ତମାନ ଭୋଡାଫୋନର ଏହି ପ୍ଲାନ ଓଡିଶା ସର୍କଲ ପାଇଁ ଉପଲବ୍ଧ ନାହିଁ।