www.samajalive.in
Wednesday, December 10, 2025
18.1 C
Bhubaneswar

ଭୋଡାଫୋନ- ଆଇଡିଆର ଏଣିକି ଗୋଟିଏ ନାମ “ଭିଆଇ”

ନୂଆଦିଲ୍ଲୀ: ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରିଛନ୍ତି। ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ବଜାରରେ ଭିଆଇ(vi ) ଭାବରେ ପରିଚିତ ହେବେ। ଭୋଡାଫୋନ ପାଇଁ ‘ଭି’ ଓ ଆଇଡିଆ ପାଇଁ ‘ଆଇ’ ରଖାଯାଇଛି। ଭୋଡାଫୋନ୍ ଏବଂ ଆଇଡିଆ ଅଗଷ୍ଟ ୨୦୧୮ରେ ମିଶ୍ରିଣ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଉଭୟ କମ୍ପାନୀ ସେମାନଙ୍କ ନାମରେ ଚାଲୁଥିଲେ ।

ନୂତନ ନାମ ଘୋଷଣା ସମ୍ପର୍କରେ ସିଇଓ ରବିନ୍ଦ୍ର ତାକ୍କର କହିଛନ୍ତି, ଦୁଇଟି ବ୍ରାଣ୍ଡର ଏକକୀକରଣ ହେଉଛି ବିଶ୍ୱର ସର୍ବବୃହତ ଟେଲିକମ୍ ଏକୀକରଣ ଅଟେ। ଏକ ନୂତନ ଆରମ୍ଭ ପାଇଁ ସମୟ ଆସିଛି।  ଏହି ଘୋଷଣା ପୂର୍ବରୁ, ଭୋଡାଫୋନ୍ ଆଇଡିଆର ଷ୍ଟକ୍ ଆଜି ସକାଳେ ୧୦% ବୃଦ୍ଧି ପାଇଛି। ନୂତନ ନାମ ଘୋଷଣା ହେବା ସହିତ କମ୍ପାନୀ ଏହାର ପ୍ଲାନରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ଆଗକୁ ମୂଲ୍ୟ ବୃଦ୍ଧି କରିପାରେ ବୋଲି ଜଣାପଡ଼ିଛି।

- Advertisement -

 

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories