www.samajalive.in
Monday, December 8, 2025
27.1 C
Bhubaneswar

ସ୍ଵାଭିମାନ ଅଞ୍ଚଳରେ ନକ୍ସଲଙ୍କ ବିରୋଧରେ ପ୍ରଜାମେଳି

ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ନକ୍ସଲଙ୍କ ବିରୋଧରେ ପ୍ରଜାମେଳି ହୋଇଥିବା ସୋମବାର ଜଣାପଡ଼ିଛି। ପୂର୍ବରୁ ନକ୍ସଲଙ୍କ ନାଲି ଆଖି ତଳେ ବିଛିନ୍ନାଞ୍ଚଳର ହଜାର ହଜାର ଲୋକେ ରହି ଆସୁଥିଲେ । ପାଟି ଖୋଲିଲେ ହେଉଥିଲା ଲୋକଙ୍କ ଉପରେ ନକ୍ସଲଙ୍କ ଜୁଲମ । ହନ୍ତାଳଗୁଡା ଓ ଦାରଲାବେଡା ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ସେଠାକାର ଅଞ୍ଚଳ ବାସିନ୍ଦା ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ଅଞ୍ଚଳର ବିକାଶ ପାଇଁ ଏବେ ଅଣ୍ଟା ଭିଡିଛନ୍ତି ।
ବିଶେଷ କରି ଆମେ ହିଂସା ଚାହୁନୁ, ଆମକୁ ଶାନ୍ତି ଦରକାର । ଏହିଭଳି ବାର୍ତ୍ତା ଦେଇଛନ୍ତି ଯୋଡାମ୍ବୋ ପଂଚାୟତ ବାସିନ୍ଧା । ସରକାରଙ୍କ ସମସ୍ତ ଯୋଜନା ଆମ ଗାଁ,ଆମ ପଂଚାୟତକୁ ଆସିବା ଦରକାର । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଓ ସରକାରଙ୍କ ଉନ୍ନୟନ ମୂଳକ ସମସ୍ତ କାର୍ୟ୍ୟ ଏହି ଅଞ୍ଚଳର ଲୋକେ ପାଇବା ଦାବିରେ ଯୋଡାମ୍ବୋ ସ୍ଥିତ ସାପ୍ତାହିକ ହାଟରେ ୫୦୦ ରୁ ଉର୍ଦ୍ଧ ଲୋକେ ଏକତ୍ରିତ ହୋଇ ନକ୍ସଲ ବିରୋଧରେ ସ୍ଵର ଉଠେଇଥିଲେ । ସମସ୍ତଙ୍କ ମୁହଁରେ ଥିଲା ନକ୍ସଲ ବିରୋଧୀ ନାରା ।
ଏଥିରେ ସାମିଲ ହୋଇଥିବା ଅଣ୍ଡ୍ରାପାଲ୍ଲି, ପଣସପୁଟ, ଓ ଜନ୍ତ୍ରୀ ପଂଚାୟତର ଲୋକଙ୍କୁ ଯୋଡାମ୍ବୋ ପଂଚାୟତ ବାସିନ୍ଧା ଅନୁରୋଧ କରି କହିଛନ୍ତି ଆମେ ସମସ୍ତେ ପୂର୍ବଭଳି ଭାଇ ଭାଇର ସମ୍ପର୍କରେ ରହିବା । ଆମ ଅଞ୍ଚଳକୁ ନକ୍ସଲ ମୁକ୍ତ ଅଞ୍ଚଳ କରିବା । ସରକାରଙ୍କ ଉନ୍ନୟନ ମୂଳକ କାର୍ୟ୍ୟକୁ ସହଯୋଗ କରିବା ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories