www.samajalive.in
Monday, December 8, 2025
27.1 C
Bhubaneswar

ବିଦେଶୀ ପର୍ଯ୍ୟଟକଙ୍କୁ ଆଶ୍ବସ୍ତି: ଏପ୍ରିଲ ୩୦ ଯାଏ ବଢ଼ିଲା ଭିସା ଅବଧି

ନୂଆଦିଲ୍ଲୀ: ଲକ୍ଡ଼ାଉନ ଓ ବିମାନ ଚଳଚଳ କଟକଣା ଯୋଗୁ ଦେଶରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ମିଳିଛି ଆଶ୍ବସ୍ତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ଇ-ଭିସା ଓ ଭିସାକୁ କୋହଳ କରାଯାଇଛି । ଏହି ବର୍ଧିତ ଅବଧି ପାଇଁ ବିଦେଶୀ ନାଗରିକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।  କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ନିର୍ଦେଶନାମା ଜାରି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ କହାଯାଇଛି ଯେ “ବିଶ୍ୱର ବିଭିନ୍ନ ଅଂଶରେ କରୋନା ବ୍ୟାପିଥିବାରୁ ବିଦେଶୀ ନାଗରିକ ଅଟକି ରହିଛନ୍ତି। ଏତଦ୍‌ବ୍ୟତୀତ ଭାରତୀୟ କର୍ତ୍ତୃପକ୍ଷ ମଧ୍ୟ ଟ୍ରାଭେଲ୍‌ କଟକଣା ଲାଗୁ କରିବା ସେମାନଙ୍କୁ ଅଟକାଇ ରଖିଛି। ଏହାକୁ ଦୃଷ୍ଟିରେ ରଖି ଯେଉଁସବୁ ନିୟମିତ ଭିସା, ଇ-ଭିସାର ଅବଧି ଫେବୃଆରୀ ୧ ମଧ୍ୟରାତ୍ରିରୁ ଏପ୍ରିଲ ୩୦ ମଧ୍ୟରେ ସରିବାର ଥିବ, ଏହା ଏପ୍ରିଲ ୩୦ ମଧ୍ୟରାତ୍ରି ଯାଏ ବୃଦ୍ଧି ପାଇବ।” ବିନା କୌଣସି ଅତିରିକ୍ତ ଶୁଳ୍କରେ କେବଳ ଅନଲାଇନ୍‌ ଆବେଦନ ଦ୍ୱାରା ଏହି ଭିସାର ଅବଧି ବୃଦ୍ଧି କରାଯିବ ବୋଲି କୁହାଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories