www.samajalive.in
Sunday, December 7, 2025
26.1 C
Bhubaneswar

ଚୁଡାପାଲିରେ ଦେଶୀ ମଦ କାରବାର ବୃଦ୍ଧି

ଚୁଡାପାଲି : ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଓ ଭୁଣ୍ଡିମୁହାଣ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକରେ ସଂପ୍ରତି ଦେଶୀ ମଦର ଅବାଧ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି। କରୋନା ପାଇଁ ସଂପ୍ରତି ସାରା ରାଜ୍ୟରେ ଲକ୍‍ଡାଉନ ପାଇଁ ମାର୍ଚ୍ଚ ୨୫ରୁ ସରକାରୀ ସ୍ୱୀକୃତିପ୍ରାପ୍ତ ଦେଶୀ ମଦ ଭାଟି ସିଲ ରହିଛି ଏହାରି ସୁଯୋଗରେ ଚୋରା ମଦ ବେପାରୀ ସକ୍ରିୟ ହୋଇପଡିଛନ୍ତି। ସୂଚନା ମୁତାବକ ପାଟଣାଗଡ ବ୍ଲକର ରେଙ୍ଗାଳି, ଠେଲକୋଚ୍ଛାପର ଏବଂ ଗାଇସିଲାଟର ବିଅଁରପାଲି ଅଞ୍ଚଳରୁ ଖୋଳା ମଦ ଆସି ସଦର ବ୍ଲକର ଢୁଲୁଶର,ସାନତେଲେନପାଲି, ଚୁଡାପାଲି, କଙ୍କରା,କଖାଲ ଆଦି ବିଭିନ୍ନ ଗ୍ରାମରେ ଥିବା ଛକ ସ୍ଥାନ ଗୁଡିକରେ ବେଆଇନ ଭାବେ ଖୋଳା ମଦର ଅବାଧ କାରବାର ଚାଲିଛି। ଅବକାରୀ ସରକାର କେତେକ ବଳିଷ୍ଠ ଏବଂ କଠୋର ନିଷ୍ପତି ନେଇଥିଲେ ମଧ୍ୟ ମଦ ପ୍ରସ୍ତୁତି ଏବଂ ବିତରଣ ଉପରେ ଏହାର କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି। ଚୋରା ମଦ ପ୍ରସ୍ତୁତି ପୂର୍ବରୁ ଯେଭଳି ଚାଲିଥିଲା, ସେମିତି ଚାଲିଛି। ସ୍ଥାନୀୟ ପୁଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ଏଥିପ୍ରତି ନଜର ଅନ୍ଦାଜ କରି ଦେଇଥିବାରୁ ମଦ ମୃତ୍ୟୂ ହେବା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ଫଳରେ ଆଗାମୀ ଦିନରେ ବିଷାକ୍ତ ମଦମୃତ୍ୟୁ ଭଳି ଘଟଣା ଏଠାରେ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷେ ଏଭଳି ମଦରୁ ଦେଶୀ ମହୁଲିର ବାସ୍ନା ନଥିବା ଜଣାଯାଇଛି। ମହୁଲର ଅଭାବ ଓ ଚଢା ଦର ତଥା ଜିଲା ବାହାରକୁ ଚୋରା ଚାଲାଣ ଯୋଗୁଁ ମଦ ପ୍ରସ୍ତୁତକାରୀ ମାନେ ଗୁଡ, ଚିନି ,ୟୁରିଆ ସାର ଓ ବିଭିନ୍ନ ରାସାୟନିକ ପଦାର୍ଥ ତଥା ନିଶା ମେଡିସିନ ଦ୍ୱାରା ମଦ ତିଆରି କରି ଚଢା ଦରରେ ବିକୁଥିବା ଦେଖାଯାଉଛି।

ଜନସାଧାରଣରେ ପ୍ରଶ୍ନ ଉଠୁଛି ଯେ, ମଦଭାଟି ଗୁଡିକ ଗତ ମାର୍ଚ୍ଚ ୨୫ ତାରିଖରୁ ସିଲ ହୋଇଥିବା ସ୍ଥଳେ ଆଜି ପର୍ଯ୍ୟନ୍ତ ବଜାରରେ କେମିତି ପାଉଚମଦ  ବିକ୍ରି ହେଉଥିବା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଭାଟି ଗୋଦମରେ ଅତ୍ୟାଥିକ ପାଉଚ ତିଆରି ହୋଇ ଗଚ୍ଛିତ ଥାଇ ରାତି ଅଧିଆ ଚୋରାରେ ବିକ୍ରି ହେଉଥିବା ସାଧାରଣରେ ସଂନେ୍ଧହ ସୃଷ୍ଟି କରୁଛି। ନିୟମିତ ହାତ ଚିକ୍କଣ କରି ସ୍ଥାନୀୟ ପୁଲିସ ଏବଂ ଅବକାରୀ ବିଭାଗ ମଧ୍ୟ ହାତ ବାନ୍ଧି ବସି ରହିଥିବା ଅଭିଯୋଗ ହେଉଛି। ଏହି କାରବାର ବନ୍ଦ କରିବାକୁ ଜିଲ୍ଲାପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories