www.samajalive.in
Monday, December 8, 2025
13.1 C
Bhubaneswar

ମଦ ବନ୍ଦ ପାଇଁ ଶପଥ ନେଲେ ଗ୍ରାମବାସୀ

ଫୁଲବାଣୀ: କନ୍ଧମାଳ ଜିଲା ରଟିଙ୍ଗିଆ ପଞ୍ଚାୟତରେ ସାଧାରଣ ନାଗରିକ କମିଟି ଦ୍ବାରା ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ ମହୁଲି ମଦ ରନ୍ଧାକୁ ନିଷେଧ କରିବା ପାଇଁ ଇନ୍ଦ୍ରଗଡ଼ ଗ୍ରାମରେ ୱାର୍ଡ ବୈଠକ ଅନୁଷ୍ଠିତ ହୋଇଛି। ଅଞ୍ଚଳରେ ହେଉଥିବା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସମାଜସେବୀ ହୃଷିକେଶ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଜି.ପି.ଏଲ.ଏଫ୍ ଓ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ସାଧାରଣ ନାଗରିକ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଞ୍ଚଳରେ ମଦ ବ୍ୟବସାୟ ଦ୍ୱାରା ଯୁବପିଢ଼ି ନିଶା କବଳରେ ପଡୁଥିବାବେଳେ ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥନୈତିକ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ପାରିବାରିକ ହିଂସା ଉପୁଜୁଥିବା ପରିଲକ୍ଷିତ ହେଉଛି। ନିଶା ସେବନ ଦ୍ଵାରା ଦୁର୍ଘଟଣା ଘଟୁଛି। ମୁଖ୍ୟତଃ ଶିକ୍ଷା, ସ୍ଵାସ୍ଥ୍ୟ ଓ ଅର୍ଥନୈତିକ କ୍ଷେତ୍ରରେ ଲୋକଙ୍କ ଅଭିବୃଦ୍ଧି କରିବା ପାଇଁ ସାଧାରଣ ନାଗରିକ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ମଦ ରାନ୍ଧି ବିକ୍ରି କରୁଥିବା ପରିବାର ସଦସ୍ୟ ଆଗାମୀ ଦିନରେ ମଦ ରାନ୍ଧିବୁ ନାହିଁ ବୋଲି ଶପଥ ନେବା ସହିତ ପରିବାରରେ କୌଣସି ବ୍ୟକ୍ତି ମଦ ପିଇ ଆସିଲେ ତାହା ଉପରେ ଆମେ ଉଚିତ୍ ଜବାବ ଦେବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ କୌଣସି ଘରେ ବ୍ୟବସାୟିକ ଭିତ୍ତିରେ ମଦ ରାନ୍ଧି ବିକ୍ରି କରାଗଲେ ଏ ନେଇ ପ୍ରଶାସନକୁ ଅବଗତ କରାଯାଇ ସରକାରୀ ଯୋଜନାରୁ ବଞ୍ଚିତ କରିବା ପାଇଁ ଦାବି କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ସମସ୍ତ ୱାର୍ଡରେ ମଦ ବନ୍ଦ ପାଇଁ ସଚେତନତା କାର‌୍ୟ୍ୟକ୍ରମ କରାଯିବା ସହିତ ୱାର୍ଡ ବୈଠକ କରିବା ଲାଗି କମିଟି ଦ୍ବାରା ପଦକ୍ଷେପ ଗ୍ରହଣ କରାଯାଇଛି। ବୈଠକରେ ନାଏବ ସରପଞ୍ଚ ସରଳା ପ୍ରଧାନ ସଭାପତିତ୍ଵ କରିଥିବାବେଳେ ସ୍ଥାନୀୟ ୱାର୍ଡ ସଭ୍ୟା ଟିକୁନି ପ୍ରଧାନ, ସାଧାରଣ ନାଗରିକ କମିଟି ସଭାନେତ୍ରୀ ତଥା ଜି.ପି.ଏଲ.ଏଫ ସମ୍ପାଦିକା ଦମ୍ବିକା ନାୟକ, ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ ଏମବିକେ ଡି. ସବନମ, ୱାର୍ଡ ସଭ୍ୟ ଜୟ ଚନ୍ଦ୍ର ପ୍ରଧାନ, ସାବିତ୍ରୀ ମଲ୍ଲିକଙ୍କ ସମେତ ଶତାଧିକ ଏସଏଚଜି ମହିଳା ଯୋଗଦେଇଥିଲେ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories