www.samajalive.in
Monday, December 8, 2025
13.1 C
Bhubaneswar

ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଦଳ ଏବଂ ଇଂଲଣ୍ଡ ଟିମର ଖେଳାଳିମାନେ ଶୁକ୍ରବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଦୁଇ ଦଳର ଖେଳାଳିମାନେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସ୍ଵତନ୍ତ୍ର ବସ ଯୋଗେ ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ସେମାନଙ୍କୁ ପାରମ୍ପରିକ ନୃତ୍ୟରେ ସ୍ଵାଗତ କରାଯାଇଥିଲା। ଖେଳାଳିମାନେ ହୋଟେଲରେ ରାତ୍ରିଯାପନ କରିବେ। ଶନିବାର ପର୍ଯ୍ୟାୟକ୍ରମେ ସେମାନେ କଟକ ବାରବାଟୀ ପଡ଼ିଆକୁ ଅଭ୍ୟାସ କରିବାକୁ ଯିବେ। ଯିବା ଆସିବା ସମୟରେ ଭୁବନେଶ୍ଵର କଟକ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହିତ ଟ୍ରାଫିକ କଟକଣା ମଧ୍ୟ ଲାଗୁ କରାଯାଇଥିବା ସୂଚନା ମିଳିଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories