www.samajalive.in
Monday, December 8, 2025
20.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର, ଡାକ୍ତରଖାନା ନେଲେ ରେଙ୍ଗାଲି ବିଧାୟକ 

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର କିଲାସମା ପାଖରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାରେ ପଡିଥିଲା। ସେହି ରାସ୍ତାରେ ଯାଉଥିବା ରେଙ୍ଗାଲି ବିଧାୟକ  ସୁଦର୍ଶନ ହରିପାଲ ଏହା ଦେଖି ତାଙ୍କ କାର୍ ଅଟକାଇଥିଲେ। ଏହାପରେ ଗୁରୁତର ଆହତ ଯୁବକକୁ ସେଠାରୁ ଉଦ୍ଧାର ପରେ ତାଙ୍କ ନିଜ କାରରେ ବୁର୍ଲା ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଯୁବକଙ୍କ ସ୍ବାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ଆସିଥିବା ଜଣାପଡିଛି। ବିଧାୟକଙ୍କ ଏହି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।
ବିଧାୟକ ଶ୍ରୀ ହରିପାଲ ଆଜି ରେଙ୍ଗାଲି ବ୍ଲକର ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ପାଇଁ ଯାଉଥିଲେ। ଉତ୍ସବରେ ଯୋଗ ଦେବା ଅପେକ୍ଷା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଯୁବକର ଜୀବନ  ରକ୍ଷା  ପ୍ରଥମ କର୍ତ୍ତବ୍ୟ ଓ  ଅତି ଜରୁରୀ ଭାବି ଉକ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରିଥିଲେ। ଏହାପରେ ଗୁରୁତର ଆହତ ଯୁବକକୁ ନିଜ ଗାଡିରେ ନେଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ। ଆହତ ଯୁବକ ଜଣକ ରେଙ୍ଗାଲି ଝୁରିପଡାର ଅନିଲ ମୁଣ୍ଡା ବୋଲି ଜଣାପଡିଛି।  ଏବେ ଅନିଲର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories