www.samajalive.in
Saturday, December 6, 2025
26.1 C
Bhubaneswar

ସଫଳତା ଓ ସୁଖଶାନ୍ତି ପାଇଁ କିଛି ବାସ୍ତୁ ଟିପ୍ସ

ବାସ୍ତୁଶାସ୍ତ୍ରରେ ଜୀବନରେ ସଫଳତା ଓ ସୁଖଶାନ୍ତି ପାଇବା ପାଇଁ କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା ପାଳନ କରିବା ଦ୍ୱାରା ଆପଣଙ୍କ ଘରେ ,ଜୀବନରେ, କର୍ମକ୍ଷେତ୍ରରେ ସକରାତ୍ମକ ଶକ୍ତି ଆସିଥାଏ ଓ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ବାସ୍ତୁ ବିଷୟରେ କିଛି ମହତ୍ତ୍ୱ ପୂର୍ଣ୍ଣ ଟିପ୍ସ ବିଷୟରେ ଜାଣନ୍ତୁ….
ଗୃହର ମୁଖ୍ୟ ଦରଜା ଦ୍ୱାରା ହିଁ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ଘରର ମୁଖ୍ୟ ଦ୍ୱାରରେ ଚାନ୍ଦିରେ ନିର୍ମିତ ସ୍ୱସ୍ତିକକୁ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଧନର ଦେବତା କୁବେରଙ୍କ ସ୍ଥାନ ଉତ୍ତର ଦିଗରେ। ଏହି ଦିଗକୁ ସର୍ବଦା ପରିଷ୍କାର ପରିଚ୍ଛନ ରଖନ୍ତୁ।
ଘରର ସମ୍ମୁଖ ବଗିଚାରେ ବିଭିନ୍ନ ଗଛ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏପରି କରିବା ଦ୍ୱାରା ପୂର୍ବ ଦିଗରେ ଥିବା ଦୋଷ ଦୂର ହୋଇଥାଏ।
ଘରର ଉତ୍ତରପୂର୍ବ ଦିଗରେ ଅଳିଆଆର୍ବଜା, ପୁରୁଣା ଲୁଗା, ଅବ୍ୟବହୃତ ବସ୍ତୁ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ।
ଘରେ କୌଣସି ଝଗଡ଼ା କରୁଥିବା ଜୀବଜନ୍ତୁ ବା ମନୁଷ୍ୟର ଫୋଟୋ ଲଗାନ୍ତୁ ନାହିଁ।
ଜଳ ସମ୍ବନ୍ଧୀତ ଚିତ୍ର ଶୋଇବା କକ୍ଷରେ ଲଗାନ୍ତୁ ନାହିଁ।
ଦକ୍ଷିଣ ପଶ୍ଚିମ ଦିଗରେ ଅଇନା ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗକୁ ନୀଳ ରଙ୍ଗ କରନ୍ତୁ ନାହିଁ। ଲାଲ ରଙ୍ଗ କରିପାରିବେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories