www.samajalive.in
Saturday, December 6, 2025
26.1 C
Bhubaneswar

ବାସ୍ତୁ: ରୋଷେଇ ଘରେ ଲୁଣ ପାଇଁ ରହିଛି ଏହି ନିୟମ,ବଦଳାଏ ଭାଗ୍ୟ..

ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ନିୟମକୁ ଧ୍ୟାନ ଦେବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ। ସେହିପରି ରୋଷେଇ ଘରେ ଲୁଣ ରଖିବାର କିଛି ନିୟମ ମଧ୍ୟ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହାର ଧ୍ୟାନ ଦେବା ଦ୍ୱାରା ଜୀବନରେ ଅନେକ ଉନ୍ନତି ହୋଇଥାଏ। ତେବେ ଜାଣନ୍ତୁ ରୋଷେଇ ଘରେ ଲୁଣ ରଖିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ।
ଲୁଣ ରୋଷେଇ ଘରର ଏକ ମୁଖ୍ୟ ଜିନିଷ ମଧ୍ୟରୁ ଗୋଟିଏ। ଲୁଣ ଏପରି ଏକ ଜିନିଷ ଯାହା ବିନା ବ୍ୟଞ୍ଜନ ସ୍ୱାଦହୀନ। ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଲୁଣର କିଛି ଉପାୟ ବ୍ୟକ୍ତିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ଆଣିଥାଏ।

ବାସ୍ତୁ ଅନୁଯାୟୀ, ଲୁଣକୁ କଦାପି ରୋଷେଇ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ୍‌‌ ନୁହେଁ। ଏହି ଦିଗରେ ଲୁଣ ରଖିବା ଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଅର୍ଥାତ ପରିବାର ସଦସ୍ୟଙ୍କ ରୋଗ ଲାଗି ରହିଥାଏ।

- Advertisement -

ବାସ୍ତୁ ଅନୁଯାୟୀ, ଲୁଣକୁ ସର୍ବଦା କାଚ ବୋତଲରେ ରଖିବା ଉଚିତ୍‌‌। ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ। ଧନ ବୃଦ୍ଧି ହୋଇଥାଏ। ମାତ୍ର ଲୁହା କିମ୍ବା ଷ୍ଟିଲ୍‌‌ ପାତ୍ରରେ ରଖିବା ଦ୍ୱାରା ଗ୍ରହ ଦୋଷ ସୃଷ୍ଟି ହୋଇଥାଏ।

ସନ୍ଧ୍ୟା ସମୟରେ କଦାପି ଲୁଣ ଦାନ ଦିଅନ୍ତୁ ନାହିଁ। କେହି ମାଗିଲେ ମଧ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। କରଜ ବୃଦ୍ଧି ପାଇଥାଏ।

ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଁ ଲୁଣ ବ୍ୟବହାର କରି ପାରିବେ। ରୋଷେଇ ଘରେ ଏକ ଲାଲ କପଡାରେ ଲୁଣ ବାନ୍ଧି ଏପରି ସ୍ଥାନରେ ରଖନ୍ତୁ, ଯେପରି କାହା ନଜର ପଡିବ ନାହିଁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories