www.samajalive.in
Sunday, December 7, 2025
16.1 C
Bhubaneswar

କରୋନା କଟକଣା ମଧ୍ୟରେ ଶେଷ ହେଲା ମା’ଦୁର୍ଗାଙ୍କ ପୂଜା : ଆଜି ଭସାଣ ଉତ୍ସବ

କଟକ / ଭୁବନେଶ୍ୱର : ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। କରୋନା କଟକଣା ମଧ୍ୟରେ ଶେଷ ହେଲା ଶକ୍ତିସ୍ୱରୂପଣୀ ମା’ଦୁର୍ଗାଙ୍କ ପୂଜା। ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଆଜି ହେଉଛି ଭସାଣ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ମୂର୍ତ୍ତି ବିସର୍ଜନ ପାଇଁ କେତେକ ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏଥିନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀର  କେତେକ ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି।
ଭସାଣ ଉତ୍ସବ ନେଇ କମିଶନରେଟ୍‌ ପୁଲିସ ପରୁ ନିର୍ଦେଶନାମା ଜାରି କରାଯାଇଛି। କମିଶନରେଟ୍‌ ପୁଲିସ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମାରେ ଦର୍ଶାଯାଇଛି ଯେ କଟକରେ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କଟକ ସହରରେ ଭସାଉ ଉତ୍ସବ ଅନୁଷ୍ଠିତ ହେବ। ଭସାଣ ଉତ୍ସବ ପାଇଁ ସମସ୍ତ ପୂଜା ମଣ୍ଡପ ସକାଶେ ୪ ପର୍ଯ୍ୟାୟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭସାଣ ଉତ୍ସବ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ରହିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା, ତୃତୀୟ ପର୍ଯ୍ୟାୟ ଅପରାହ୍ଣ ୨ଟାରୁ ୪ଟା ଏବଂ ଚତୁର୍ଥ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଧାର୍ଯ୍ୟ କରାଯାଇଛି। କଟକ ସହରରେ ସମସ୍ତ ପୂଜା ମଣ୍ଡପର ମୂର୍ତ୍ତି ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ମଧ୍ୟରେ ଭସାଣ ସରିବ।  ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ। ପ୍ରତି ପୂଜା କମିଟିର ୭ଜଣଙ୍କୁ ଭସାଣ ଉତ୍ସବରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ଭସାଉ ଉତ୍ସବ ସମୟରେ ପୂଜାକମିଟି ସଦସ୍ୟମାନେ ଚେଚିସ୍‌ ବଦଳରେ ଡାଲା ଅଟୋ ଏବଂ ପିକ୍‌ଅପ୍‌ ବ୍ୟବହାର ପାଇଁ ଅନୁମତିମିଳିଛି। କଟକ ସହରରେ ଭସାଣ ଉତ୍ସବ ନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories