www.samajalive.in
Tuesday, December 9, 2025
16.1 C
Bhubaneswar

କୌଶଳ ବିକାଶ ଯୋଜନାର ବ୍ରାଣ୍ଡ ଆମ୍ବାସାଡର ହେଲେ ବରୁଣ ଓ ଅନୁଷ୍କା

ଭୁବନେଶ୍ୱର : ବଲିଉଡ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା କୌଶଳ ବିକାଶ ଯୋଜନାର(ସ୍କିଲ ଇଣ୍ଡିଆ ମିଶନ କ୍ୟାମ୍ପେନ)ର ବ୍ରାଣ୍ଡ ଆମ୍ବାସାଡର ହେବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ବହୁପ୍ରିତିକ୍ଷୀତ ସୁଇ-ଧାଗା ଚଳଚିତ୍ରରେ ଏହି ଦୁଇ ଯୋଡି ଭାରତର ଦକ୍ଷତା ଯୁକ୍ତ ମାନବସମ୍ବଳକୁ ସମ୍ମାନିତ କରିବା ପାଇଁ ଆଗେଇ ଆସିଛନ୍ତି। ବିଶେଷ ଭାବରେ ଭାରତର ମାଟି ସହ ଜଡିତ କାରିଗର, ଶିଳ୍ପୀ ଓ ବୁଣାକାର ମାନେ ଯେଉଁମାନେ ଭାରତକୁ ସମଗ୍ର ବିଶ୍ୱରେ ସମ୍ମାନିତ କରିଛନ୍ତି ଏହି କଳାକାର ଯୋଡି ସେମାନଙ୍କୁ ସମ୍ମାନିତ କରିବା ପାଇଁ ଆଗେଇ ଆସିଛନ୍ତି।
ସୁଇ-ଧାଗା ଚଳଚିତ୍ରରେ ଧାବନ ଜଣେ ଦର୍ଜୀର ଭୂମିକା ମୌଜୀ ଭାବେ ଅଭିନୟ କରିଛନ୍ତି। ସେହିପରି ଅନୁଷ୍କା ତାଙ୍କ ପତ୍ନୀ ଭୂମିକାରେ ଥିବା ମମତା ନାମରେ ଏମ୍ପୋଡୋରୀ କାରିଗର ଭାବେ ଅଭିନୟ କରିଛନ୍ତି। ସେମାନଙ୍କର କଠିନ ପରିଶ୍ରମରେ ବଡ ହେବାକୁ ସ୍ୱପ୍ନ ରଖିଥିବା ଏହି ଯୋଡି ଚଳଚିତ୍ରରେ ଦେଶର କଳା ଓ କାରିଗରୀ କ୍ଷେତ୍ରରେ ଥିବା ବିକାଶର ଅପାର ସମ୍ଭାବନାକୁ ପ୍ରଦର୍ଶିତ କରିଛନ୍ତି।
ସ୍କିଲ ଇଣ୍ଡିଆର ବ୍ରାଂଡ ଆମ୍ବାସଡର ଭାବେ ଦୁଇ କଳାକାର ନିଜର ସମୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ଭାରତର ଯୁବ ପୀଢିର ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ। ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବରୁଣ ଧାବନ ଓ ଅନୁଷ୍କା ଶର୍ମା ତାଙ୍କର ଚଳଚିତ୍ର ସୁଇ-ଧାଗା ମାଧ୍ୟମରେ ଦେଶର ଅନନ୍ୟ କିନ୍ତୁ ନଜର ଆଢୁଆଳରେ ଥିବା ମାନବସମ୍ବଳର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବାରେ ଏକ ନିଷ୍ଠାପର ଉଦ୍ୟମ କରିଛନ୍ତି। ଏହି ଚଳଚିତ୍ରରେ ବହୁତ ବଡ ସାମାଜିକ ବାର୍ତା ରହିଛି। ଭାରତ ବିଶ୍ୱର ଗୋଟିଏ ଯୁବଦେଶ। ଏହି ଯୁବ ପୀଢିର ଦକ୍ଷତା ଓ ଉଦ୍ୟମୀ ହେବାର ଇଛାଶକ୍ତି ଦେଶକୁ ବିଶ୍ୱରେ ଏକ ନୂଆ ପରିଚୟ ଦେବାରେ ସହାୟ ହେବ। ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସ୍ୱପ୍ନକୁ ଏହି ଦୁଇ ଅଭିନେତା ଯୋଡି ସ୍କିଲ ମିଶନରେ ସାମିଲ ହେବାଦ୍ୱାରା ଅଧିକ ଶକ୍ତି ମିଳିବ। ଉଭୟ ବରୁଣ ଧାବନ ଓ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍କିଲ ଇଣ୍ଡିଆ ମିଶନକୁ ଭୂୟସୀ ପ୍ରଂଶସା କରିଛନ୍ତି। ଏହା ଭାରତର ଯୁବସମାଜ ଦକ୍ଷ ଓ ସଙ୍ଗଠିତ କରିବା ସହ ଦେଶର ପାରମ୍ପରିକ ଶିଳ୍ପୀ , କଳାକାର ଓ ତତସମ୍ବନ୍ଧୀୟ ମାନବସମ୍ବଳକୁ ଅଧିକ ରୋଜଗାରକ୍ଷମ କରିବା ସହ ଦେଶକୁ ପ୍ରଗତୀର ରାସ୍ତାରେ ନେବ ବୋଲି ଅଭିନେତା ଓ ଅଭିନେତ୍ରୀ ଦ୍ୱୟ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories