www.samajalive.in
Wednesday, December 10, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀର ବିକାଶ ପାଇଁ ରାସ୍ତା ଖୋଲିଛି ଧାରା ୩୭୦ ଉଚ୍ଛେଦ

ଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ଆତଙ୍କବାଦ ପ୍ରତି ଏକ ଶକ୍ତ ଧକ୍କା ଓ ଜାମ୍ମୁ କାଶ୍ମୀରର ବିକାଶ ପାଇଁ ରାସ୍ତା ଖୋଲି ଦେଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀ ରେଳଷ୍ଟେସନ୍‍ରୁ ଦିଲ୍ଲୀ-କଟ୍ରା ବନ୍ଦେ ଭାରତ ଏକ୍ସପ୍ରେସ୍‍ର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ୍‍ ଜାମ୍ମୁ କାଶ୍ମୀରର ବିକାଶ ଓ ଧାର୍ମିକ ପର୍ଯ୍ୟଟନର ଉନ୍ନତି ପାଇଁ ଏକ ବଡ଼ ଉପହାର ବୋଲି ସେ ବର୍ଣ୍ଣନା କହିଛନ୍ତି। ରେଳମନ୍ତ୍ରୀ ପିୟୂଷ ଗୋୟଲ୍‍ କହିଛନ୍ତି, ୨୦୨୨ ଅଗଷ୍ଟ ୧୫ ପୂର୍ବରୁ ରେଳବାଇ କାଶ୍ମୀରରୁ କନ୍ୟା କୁମାର ପର୍ଯ୍ୟନ୍ତ ସମଗ୍ର ଦେଶକୁ ରେଳ ଦ୍ୱାରା ସଂଯୋଗ କରିବ।

ବନ୍ଦେ ଭାରତ ଏକ୍ସପ୍ରେସ୍‍ ଶନିବାରଠାରୁ ଏହାର ବ୍ୟବସାୟିକ ଚଳାଚଳ ଆରମ୍ଭ କରିବ। ଆଇ.ଆର୍‍.ସି.ଟି.ସି. ୱେବ୍‍ସାଇଟରେ ବର୍ତ୍ତମାନଠାରୁ ଟିକେଟ୍‍ ବୁକିଂ ଆରମ୍ଭ ହୋଇଗଲାଣି। ଏହି ଦ୍ରୁତଗାମୀ ଟ୍ରେନ୍‍ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟକୁ ୧୨ ଘଣ୍ଟାରୁ ୮ଘଣ୍ଟାକୁ ହ୍ରାସ କରିବ। ବୈଷ୍ଣୋଦେବୀ ପୀଠକୁ ଦର୍ଶନ ପାଇଁ କଟ୍ରା ହେଉଛି ଶେଷ ରେଳ ଷ୍ଟେସନ୍‍।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ୨୨୪୩୯ ନୂଆଦିଲ୍ଲୀ-କଟ୍ରା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ ନୂଆଦିଲ୍ଲୀ ରେଳ ଷ୍ଟେସନ୍‍ରୁ ସକାଳ ୬ଟାରୁ ଯାତ୍ରା ଆରମ୍ଭ କରି ଅପରାହ୍ଣ ଦୁଇଟା ବେଳେ କଟ୍ରାରେ ପହଞ୍ଚିବ। ମଝିରେ ଏହା ଅମ୍ବାଲା କ୍ୟାଣ୍ଟନ୍‍ମେଣ୍ଟ, ଲୁଧିଆନା ଓ ଜାମ୍ମୁ ତାୱି ଷ୍ଟେସନ୍‍ଠାରେ ଦୁଇ ମିନିଟ୍‍ ଲେଖାଏଁ ରହିବ। ଫେରନ୍ତା ଯାତ୍ରାରେ ୨୨୪୪୦ କଟ୍ରା-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ କଟ୍ରା ରେଳ ଷ୍ଟେସନ୍‍ରୁ ଅପରାହ୍ଣ ୩ଟାରେ ଯାତ୍ରା ଆରମ୍ଭ କରି ରାତି ୧୧ଟା ବେଳେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନ୍‍ ମଙ୍ଗଳବାର ଛଡ଼ା ସପ୍ତାହର ବାକି ସବୁ ଦିନ ଯାତ୍ରା କରିବ। ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀ ଓ ବାରାଣସୀ ମଧ୍ୟରେ ଚଳାଚଳ କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ-କଟ୍ରା ବନ୍ଦେଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ ଚଳାଚଳକୁ ବୈଷ୍ଣୋଦେବୀ ପୀଠ ଗସ୍ତ କରୁଥିବା ଭକ୍ତମାନଙ୍କ ପାଇଁ ନବରାତ୍ରି ଉପହାର ବୋଲି ବର୍ଣ୍ଣନା କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ମୋଦୀ କହିଛନ୍ତି, ଏହା ଜାମ୍ମୁ ଓ କାଶ୍ମୀରର ଭାଇଭଉଣୀ ତଥା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ନବରାତ୍ରି ଉପହାର। ଏହି ଟ୍ରେନ୍‍ ଯୋଗାଯୋଗ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories