www.samajalive.in
Saturday, December 6, 2025
16.1 C
Bhubaneswar

କେନାଲକୁ ଖସିଲା କାର୍‌‌ ; ୩ ବରଯାତ୍ରୀ ମୃତ

ଲଖନଉ : ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ବରଯାତ୍ରୀ ଯାଉଥିବା ଏକ କାର୍‌‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରେ ଥିବା ୬ଜଣ ଯାତ୍ରୀ କେନାଲରେ ବୁଡି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିବାହ ସମାରୋହରେ ଏହି ଖବର ଜଣା ପଡିବା ପରେ ଖୁସି ଦୁଃଖରେ ପରିଣତ ହୋଇଛି। ମୃତକ ମାନେ ସମ୍ପର୍କରେ ଭାଇଭଉଣୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଯୋଗ୍ୟ, କକୋଡର ଗାଁ ଶେରପୁରରୁ ଅଲୀଗଡକୁ ବରଯାତ୍ରୀ ମାନେ ଏକ କାର୍‌‌ ଯୋଗେ ଯାଉଥିଲେ। ରବିବାର ବିଳମ୍ବିତ ରାତିରେ କାର୍‌‌ରେ ଉକ୍ତ ଯାତ୍ରୀ ମାନେ ଯାଉଥିବା ସମୟରେ ଗାଁରେ ଥିବା ପୋଲରେ ଗାଡିଟି ଅନିୟନ୍ତ୍ରିତ ହୋଇ ପାଣି ଭିତରକୁ ଖସି ପଡିଥିଲା। କାର୍‌‌ରେ ଥିବା ୬ ଜଣ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀଙ୍କ ସହାୟତାରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କ ପତ୍ତା ମିଳିନାହିଁ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories