www.samajalive.in
Wednesday, December 10, 2025
18.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ବିତୀୟ ପ୍ରବେଶ ପଥ ଉଦଘାଟିତ

ଭୁବନେଶ୍ବର:  ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରବେଶ ପଥକୁ ଆଜି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ କୁଳସଚିବ ଡ.କାହ୍ନୁଚରର ଧୀର ଓ ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ବହୁ ଦିନର ଦାବି ଆଜି ବାସ୍ତବତାର ରୂପ ନେଇଛି। ଆଜି ବିଶ୍ୱବିଦ୍ୟାଳୟ ପାଇଁ ଏକ ଖୁସିର ଦିନ। ଏହା ଓଡ଼ିଶାର ସର୍ବପୁରାତନ ମଣିଷ ତିଆରି କାରଖାନାର ସୌଦର୍ଯ୍ୟକୁ ଦ୍ବିଗୁଣିତ କରିବ। ଛାତ୍ରଛାତ୍ରୀମାନେ  ପ୍ରବେଶ ପଥରେ ଡିଜିଟାଲ ବୋର୍ଡ଼ ଲଗାଇବାକୁ ଦାବି କରିଥିଲେ; ଏହାକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି କୁଳପତି ପ୍ରକାଶ କରିଥିଲେ।

- Advertisement -

ସୈନିକ ସ୍କୁଲ-ଆଚାର୍ଯ୍ୟବିହାର ରାସ୍ତା ପାର୍ଶ୍ବରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରବେଶ ପଥର ନବକଳେବର ହୋଇଛି। କଂକ୍ରିଟ୍‌ ଖୁଣ୍ଟ ନିର୍ମାଣ ସହ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ରାସ୍ତା ରଖାଯାଇଛି। ବଡ଼ ଗାଡ଼ି ଯେପରି ଯିବା ଆସିବା କରିପାରିବ ତାହାକୁ ନଜରରେ ରଖି ଏହି ପ୍ରବେଶ ପଥ ନିର୍ମାଣ କରାଯାଇଛି। ନୀଳ ରଙ୍ଗ ଉପରେ ଧଳାରେ ଉତ୍କଳ ବିଶ୍ବବିଦ୍ୟାଳୟ ଲେଖାଯିବା ସହ ରାତିରେ ପ୍ରବେଶ ପଥର ଆଲୋକୀକରଣ ବେଶ ଆକର୍ଷଣୀୟ ହୋଇଛି।  ଆଜିଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରବେଶ ପଥରେ ଚଳପ୍ରଚଳ ଆରମ୍ଭ ହୋଇଛି। ଏହା ଶିକ୍ଷକ, କର୍ମଚାରୀ  ଓ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories