www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍ତରାଖଣ୍ଡ ହିମସ୍ଖଳନ: ଧସିଥିଲା ୧୪ବର୍ଗ କିମିର ବରଫ ଅତଡ଼ା

ଡେରାଡୁନ: ହିମସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡରେ ହୋଇଥିବା ଆକସ୍ମିକ ବନ୍ୟା ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ମଙ୍ଗଳବାର ଆଉ ୫ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଥିବା ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟ ମୃତଦେହଗୁଡିକୁ ଚିହ୍ନଟ କରାଯାଇପାରି ନାହିଁ। ଅନ୍ୟପଟେ ବନ୍ୟାରେ ନିଖୋଜଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି। ଚମେଲିର ତପୋବନ ଟନେଲ (ସୁଡଙ୍ଗ) ମଧ୍ୟରେ ଫସି ରହିଥିବା ପ୍ରାୟ ୩୫ ଲୋକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ଟନେଲ ମଧ୍ୟରେ କାଦୁଅ ଭର୍ତ୍ତି ରହିଥିବାରୁ ଲୋକଙ୍କୁ ଉଦ୍ଧାର କରିବା ବିଳମ୍ବ ହୋଇଛି। ଟନେଲର ଉପର ପାର୍ଶ୍ବକୁ କାଟି ଲୋକଙ୍କୁ ଉଦ୍ଧାର କରିବା ଲାଗି ବିଭିନ୍ନ ସୁରକ୍ଷା ଏଜେନ୍ସି ଦିନରାତି ଲାଗି ରହିଛନ୍ତି। ଉତ୍ତରାଖଣ୍ଡ ବିପର୍ଯ୍ୟୟ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂସଦର ଉଭୟ ଗୃହରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ପରିସ୍ଥିତିକୁ ନିୟମିତ ସମୀକ୍ଷା କରୁଛନ୍ତି। ଉପଗ୍ରହ ତଥ୍ୟ ଆଧାରରେ ଶାହା କହିଛନ୍ତି ଯେ ରବିବାର ସକାଳେ ନନ୍ଦାଦେବୀ ବରଫ ପାହାଡରୁ ୧୪ବର୍ଗ କିମି ଆକାରର ଏକ ବରଫ ଅତଡା ଧସିଥିଲା। ପ୍ରାୟ ୫୬୦୦ ମିଟର ଉଚ୍ଚରୁ ଏହି ଅତଡା ଧସିଥିଲା। ବରଫ ଅତଡା ଋଷି ଗଙ୍ଗା ନଦୀରେ ପଡିବାରୁ ଏହାର ପାଣି ଉଛୁଳି ବନ୍ୟା ସୃଷ୍ଟି କରିଥିଲା। ଶାହାଙ୍କ ସୂଚନା ପୂର୍ବରୁ ସଂସଦର ଉଭୟ ଗୃହର ସଦସ୍ୟ ଉତ୍ତରାଖଣ୍ଡ ବନ୍ୟା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ କହିଛନ୍ତି ଯେ ଟନେଲ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ନୌସେନାର ମେରାଇନ କମାଣ୍ଡୋ, ବୁଡାଳିଙ୍କ ସହିତ ସ୍ବତନ୍ତ୍ର ଯନ୍ତ୍ରାଂଶକୁ ନିୟୋଜିତ କରାଯାଇଛି। ଟନେଲ ମଧ୍ୟରେ ଜଳସ୍ତର ବୃଦ୍ଧି ପାଇଛି। ଗରୱାଲ ସ୍କାଉଟ୍ ଓ ମାର୍କସ ଡିଭିଜନର ଟିମ୍ ଟନେଲ ମଧ୍ୟରେ ପଶି ଉଦ୍ଧାର କାର୍ଯ୍ୟ କରୁଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାୱତ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମୀକ୍ଷା କରିଛନ୍ତି। ତପୋବନ ଟନେଲ ମଧ୍ୟରେ ଫସି ରହିଥିବା ଲୋକମାନେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଅଞ୍ଚଳର ବାସିନ୍ଦା। ସେମାନେ ହାଇଡ୍ରୋ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ଅନ୍ୟପଟେ ନିଖୋଜ ରହିଥିବା ଲୋକଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୩୪ଜଣ ଅଛନ୍ତି। ସ୍ଥାନୀୟ ଲୋକଙ୍କ ନିଖୋଜ ସମ୍ପର୍କରେ ପ୍ରଶାସନକୁ ସୂଚନା ମିଳିଛି। ଅନ୍ୟ ନିଖୋଜମାନେ ବାହାର ରାଜ୍ୟର ଶ୍ରମିକ। ତେଣୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ। ତେବେ ନିଖୋଜଙ୍କ ସମ୍ପର୍କରେ ପଞ୍ଜୀକରଣ କରିବା ଲାଗି ପରିବାର ଲୋକଙ୍କୁ କୁହାଯାଇଛି। ଏଥିପାଇଁ ହେଲପ୍‌ ଲାଇନ ନମ୍ବର ୧୦୭୦ ଓ ହ୍ବାଟ୍ସଆପ୍ ନମ୍ବର ୯୪୫୪୪୧୧୦୩୬ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ପାଇଁ ଡ୍ରୋନ ବ୍ୟବହାର କରାଯାଉଛି। ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ହରିୟାଣା ସରକାର ୧୧କୋଟି ଟଙ୍କା ଦାନ କରିଛନ୍ତି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories