www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ ସହ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ହେବ: ଟ୍ରମ୍ପ

ଅହମଦାବାଦ: ଆମେରିକା ଭାରତ ସହିତ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ୨ୟ ଦିନରେ ଏହି ଚୁକ୍ତି ହେବ ବୋଲି ଟ୍ରମ୍ପ ଅହମଦାବାଦରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।

ଟ୍ରମ୍ପ କହିଥିଲେ, ମୁଁ ଏହା ଘୋଷଣା କରିବାରେ ଖୁସି ଅନୁଭବ କରୁଛି ଯେ ଆସନ୍ତା କାଲି ଆମ ପ୍ରତିନିଧିମାନେ ଭାରତ ସହିତ ୩୦୦ କୋଟି ଡଲାର ଅର୍ଥରାଶିର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବେ। ଭାରତୀୟ ସେନାକୁ ଅତ୍ୟାଧୁନିକ ସାମରିକ ହେଲିକପ୍ଟର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ପ୍ରଦାନ କରାଯିବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ। ଭାରତ ଏବଂ ଆମେରିକା ପରସ୍ପର ମଧ୍ୟରେ ପ୍ରତିରକ୍ଷା ସହଯୋଗିତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଆମେରିକା ଭାରତକୁ ସବୁଠାରୁ ଅତ୍ୟାଧୁନିକ ଏବଂ ପୃଥିବୀର ସବୁଠୁ ଭୟଙ୍କର ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବ।

- Advertisement -

ସୂଚନାଯୋଗ୍ୟ, ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ଏକାଧିକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବା ସମ୍ଭାବନା ରହିଛି। ଏହା ମଧ୍ୟରେ ୨୪୦ କୋଟି ଡଲାରର ୨୪ଟି ଏମଏଚ-୬୦ଆର ଆପାଚି ହେଲିକପ୍ଟର, ୯୩୦ ନିୟୁତ ଡଲାରର ୬ଟି ଆପାଚି ଏଏଚ-୬୪ଇ ହେଲିକପ୍ଟର ରହିଛି। ଭାରତ ଏସବୁ ଆମେରିକାଠାରୁ କ୍ରୟ କରିବ। ଗତ ସପ୍ତାହରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ଏହାକୁ ଅନୁମୋଦନ ମିଳିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories