ୱାଶିଂଟନ : ପାକିସ୍ତାନ ପାଇଁ ୧୬୬ କୋଟି ଡଲାର୍ ନିରାପତ୍ତା ସହାୟତାକୁ ଆମେରିକା ବାତିଲ୍ କରିଛି। ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର କର୍ଣ୍ଣେଲ୍ ରବ୍ ମ୍ୟାନିଂ ଏକ ଇ-ମେଲ୍ ପ୍ରଶ୍ନର ଜବାବରେ ଏହା କହିଛନ୍ତି। ଆଫଗାନିସ୍ତାନ, ପାକିସ୍ତାନ ଏବଂ କେନ୍ଦ୍ରୀୟ ଏସିଆ ପାଇଁ ଓବାମା ପ୍ରଶାସନରେ କାର୍ଯ୍ୟ କରୁଥିବା ସହକାରୀ ଉପ ପ୍ରତିରକ୍ଷା ସଚିବ ଡେଭିଡ ସେଡନି କହିଛନ୍ତି ଏହା ପାକିସ୍ତାନ ବିପକ୍ଷରେ ଏକ ଦୃଢ଼ ପଦକ୍ଷେପ । ନିଜ ପଡୋଶୀଙ୍କ ବିରୁଦ୍ଧରେ ହିଂସାତ୍ମକ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ଏବଂ ଆତଙ୍କବାଦଙ୍କୁ ଆଶ୍ରୟ ଦେବା କାରଣରୁ ପାକିସ୍ତାନର ଏହି ସାମରିକ ସହାୟତାକୁ ବାତିଲ କରାଯାଇଛି।
Popular Categories



