www.samajalive.in
Wednesday, December 10, 2025
18.1 C
Bhubaneswar

ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ: ନରୱେ ସାଂସଦ ଦାଖଲ କଲେ ନାମାଙ୍କନ

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଆସନ୍ତାବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି । ତାଙ୍କ ନାମକୁ ନରୱେ ପ୍ରୋଗ୍ରେସ ପାର୍ଟିର ସାଂସଦ ତଥା ନାଟୋ ସଂସଦୀୟ ସଭାର ଅଧ୍ୟକ୍ଷ ଖ୍ରୀଷ୍ଟିଆନ ଟାଇବ୍ରିଂଙ୍ଗ ଗଜେଡ଼ ସୁପାରିସ କରିଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସ ଓ ଇସ୍ରାଏଲ୍ ମଧ୍ୟରେ ଶାନ୍ତି ବୁଝାମଣାରେ ଟ୍ରମ୍ପଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ଦର୍ଶାଇ ଏହି ନାମାଙ୍କନ ଦାଖଲ କରାଯାଇଛି । ଏହା ପୂର୍ବରୁ ଟାଇବ୍ରିଙ୍ଗ ୨୦୧୮ରେ ମଧ୍ୟ ଟ୍ରମ୍ପଙ୍କ ନାମ ଏହି  ପୁରସ୍କାର ନିମନ୍ତେ ନାମାଙ୍କିତ କରିଥିଲେ ।

ଟାଇବ୍ରିଙ୍ଗ କହିଛନ୍ତି ଟ୍ରମ୍ପ କେବଳ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଶାନ୍ତି ବୁଝାମଣାରେ ପ୍ରମୁଖ ଭୂମିକା ଗ୍ରହଣ କରିନାହାନ୍ତି । ଉତ୍ତରକୋରିଆ ଓ ଇରାନ ସହ ମଧ୍ୟ ଶାନ୍ତି ଆଲୋଚନା ନିମନ୍ତେ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ବୈଶ୍ବିକ ଶାନ୍ତି ସ୍ଥାପନ ନିମନ୍ତେ ଟ୍ରମ୍ପଙ୍କଠାରୁ ଅଧିକ କାର୍ଯ୍ୟ ବର୍ତମାନ ସମୟରେ କେହି କରିନାହାନ୍ତି । ତେଣୁ ସେ ପୁରସ୍କାରର ହକଦାର ।

- Advertisement -

ସେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ସଂକ୍ରାନ୍ତ ନାମାଙ୍କନ ସହ ସଂଯୁକ୍ତ ପତ୍ରରେ ଲେଖିଛନ୍ତି ସେ (ଟ୍ରମ୍ପ) ପୁରସ୍କାରର ସବୁ ମାନଦଣ୍ଡ ହାସଲ କରିଛନ୍ତି । ସେ ଅନ୍ୟ ଦେଶ ସହ କୌଣସି ପ୍ରକାର ସଶସ୍ତ୍ର ସଂଘର୍ଷକୁ ପ୍ରୋତ୍ସାହିତ କରିନାହାନ୍ତି କିମ୍ବା ଯୁଦ୍ଧ ପରିବେଶ ସୃଷ୍ଟି କରିନାହାନ୍ତି । କଥାବାର୍ତା ଜରିଆରେ ମାମଲାଗୁଡ଼ିକର ସମାଧାନ କରିଛନ୍ତି । ଟ୍ରମ୍ପ ମଧ୍ୟପ୍ରାଚ୍ୟ ଦେଶରେ ନାଟୋ ଓ ଆମେରିକା ସେନା ସଂଖ୍ୟା ହ୍ରାସ କରିଛନ୍ତି ଏବଂ ୩୯ ବର୍ଷରେ ପ୍ରଥମଥର ପାଇଁ ଆମେରିକା କୌଣସି ସଶସ୍ତ୍ର ବିବାଦରେ ସମ୍ପୃକ୍ତ ହୋଇନାହିଁ ।

ସାଧାରଣତଃ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ନାମାଙ୍କନ କରିବା ନିମନ୍ତେ ପୂର୍ବ ବିଜେତା, ରାଷ୍ଟ୍ରୀୟ ନେତା, ଲୋକପ୍ରିୟ ବିଶିଷ୍ଟ ବ୍ୟକ୍ତି, ବିଦ୍ବାନମାନଙ୍କୁ ସୁଯୋଗ ଦିଆଯାଇଥାଏ । ପ୍ରତିବର୍ଷ ଫେବ୍ରୁଆରୀ ଓ ମାର୍ଚ ମାସରେ ଏହି ପୁରସ୍କାର ନିମନ୍ତେ ନାମାଙ୍କନ କରାଯାଇଥାଏ । ନୋବେଲ ଶାନ୍ତି ପୁରସ୍କାର ୨୦୨୧ ପୁରସ୍କାର ଆସନ୍ତା ବର୍ଷ ଅକ୍ଟୋବର ମାସରେ ଦିଆଯିବ । ୨୦୨୦ରେ ଶାନ୍ତି ପୁରସ୍କାର ନିମନ୍ତେ ୩୧୮ ନାମାଙ୍କନ ଦାଖଲ ହୋଇଥିଲା । ଏହାମଧ୍ୟରେ ୨୧୧ ବ୍ୟକ୍ତି ବିଶେଷ ଓ ୧୦୭ ସଙ୍ଗଠନ ରହିଥିଲେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories