www.samajalive.in
Monday, December 8, 2025
24.1 C
Bhubaneswar

ଟିକ୍‌ଟକ୍‌, ୱିଚାଟ୍‌କୁ ନିଷିଦ୍ଧ କଲା ଆମେରିକା

ୱାଶିଂଟନ: ଶେଷରେ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଏବଂ ୱିଚାଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁବାର ବିଳମ୍ବିତ ରାତିରେ ଏହି ୨ଟି ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଆଦେଶନାମାରେ ହସ୍ତାକ୍ଷର କରିଛନ୍ତି। ଏହି ଆଦେଶ ୪୫ ଦିନ ଭିତରେ ଲାଗୁ ହେବ। ଫଳରେ ଏଣିକି କୌଣସି ଆମେରିକୀୟ ନାଗରିକ ଏହି ୨ଟି ଆପ୍‌ ବ୍ୟବହାର କରିପାରିବେ ନାହିଁ ଏବଂ କୌଣସି କମ୍ପାନୀ ଆପ୍‌ ସହିତ କିଛି କାରବାର୍‌ କରିପାରିବେ ନାହିଁ। ଟ୍ରମ୍ପଙ୍କ ଏପରି ପଦକ୍ଷେପ ଚୀନକୁ ଏକ ଝଟ୍‌କା ବୋଲି କୁହାଯାଉଛି।

ଟ୍ରମ୍ପଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ଏହି ଆପ୍‌ଗୁଡ଼ିକୁ ଆପଲ୍‌ ଆପ୍‌ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋରରେ ଦେଖିବାକୁ ମିଳିବ ନାହିଁ। ଆମେରିକାର ଏହି ପଦକ୍ଷେପ ପରେ ୱାଶିଂଟନ ଏବଂ ବେଜିଂ ମଧ୍ୟରେ ପୂର୍ବରୁ ଜାରି ରହିଥିବା ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଟ୍ରମ୍ପ ପୂର୍ବରୁ ମଧ୍ୟ ଟିକ୍‌ଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories