www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟପାଳଙ୍କ ଦ୍ୱାରା ସଂଗ୍ରାମ କେଶରୀ ମହାପାତ୍ରଙ୍କ ୨ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସୋମବାର ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ ୨ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଦୁଇଟି ହେଉଛି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀର ଇଂରାଜୀ ଅନୁବାଦ ‘ମାଇଁ ଫାର୍ଷ୍ଟ ଥାର୍ଟି ଫାଇଭ୍ ଇଅର୍ସ’ (First Thirty Five Years) ଏବଂ ଲେଖକଙ୍କ ସ୍ୱରଚିତ ଓଡିଆ ପୁସ୍ତକ -“ଗାଁରେ ସେହି ସବୁ ଦିନ” । ପ୍ରଥମ ପୁସ୍ତକଟି ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ୍’ ଦ୍ୱାରା ଏବଂ ଦ୍ୱିତୀୟଟି କଟକର ‘ବିଜୟ ବାର୍ତ୍ତା’ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇଛି । ପୁସ୍ତକ ଦୁଇଟିର ଉନ୍ମୋଚନ କାର୍ୟ୍ୟକ୍ରମରେ ଲେଖକଙ୍କ ଧର୍ମପତ୍ନୀ ଧରିତ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତଥିଲେ ।

ପ୍ରକାଶ ଥାଉକି, ଲେଖକ ଶ୍ରୀ ମହାପାତ୍ର, ଜଗତସିଂହପୁର ଜିଲ୍ଲାପାଳ ଥିବାବେଳେ ତାଙ୍କ ଲିଖିତ ଅନ୍ୟ ଏକ ପୁସ୍ତକ ‘ସୁନ୍ଦରଗଡ ଡାଏରୀ’ ମଧ୍ୟ ଗତବର୍ଷ ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା ।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ଲିଖିତ ୫ଟି କ୍ଷୁଦ୍ର ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, ୨ଟି ଜନଜାତି କବିତା ସଂକଳନ, ୨ଟି ଅନୁବାଦ ଓ ୨ଟି ଅନ୍ୟାନ୍ୟ ରଚନା ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ଉପରୋକ୍ତ ପୁସ୍ତକ ଦୁଇଟିର ପ୍ରକାଶନ ଅବସରରେ ଲେଖକ ଶ୍ରୀ ମହାପାତ୍ରଙ୍କୁ ବୁଦ୍ଧିଜୀବୀ ତଥା ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories