www.samajalive.in
Wednesday, December 10, 2025
26.1 C
Bhubaneswar

ଦେଶ ବ୍ୟାପୀ ଗୋଟିଏ ପ୍ରକାର ପିୟୁସି : ଫର୍ମାଟ୍‍ ଜାରି କଲା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦେଶ ବ୍ୟାପୀ ଏକ ସାଧାରଣ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‍ ଫର୍ମାଟ୍‍ ଜାରି କରାଯାଇଛି। ୧୮୮୯ ମସିହା କେନ୍ଦ୍ରୀୟ ମୋଟର ଯାନ ଆଇନ୍‍ ଅଧୀନରେ ଏହି ନୂଆ ସାଧାରଣ ଫର୍ମାଟ୍‍ ଜାରି କରାଯାଇଛି, ଯାହାଦ୍ୱାରା ଦେଶ ବ୍ୟାପୀ ଗୋଟିଏ ପ୍ରକାର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ମିଳିପାରିବ। ଏହାଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ଡାଟାବେସ୍‍କୁ ଜାତୀୟ ରେଜିଷ୍ଟର ସହ ସଂଯୁକ୍ତ କରାଯାଇ ପାରିବ
ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପ୍ରଥମଥର ପାଇଁ ପ୍ରତ୍ୟାଖାନ (ରିଜେକସନ) ସ୍ଲିପ୍‍ ଗାଡ଼ି ମାଲିକମାନଙ୍କୁ ଦିଆଯିବ ଯେଉଁଥିରେ ସେମାନଙ୍କ ଗାଡ଼ିକୁ କାହିଁକି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‍ ଦିଆଯିବ ନାହିଁ ବୋଲି ଉଲ୍ଲେଖ କରାଯିବ। ଗାଡ଼ି ମାଲିକଙ୍କର ମୋବାଇଲ୍‍ ନମ୍ବର, ଠିକଣା, ଇଞ୍ଜିନ୍‍ ଓ ଚେଚିସ୍‍ ନମ୍ବର ଏବଂ ଅନ୍ୟାନ୍ୟ ସୂଚନା ଗୁଡ଼ିକୁ ଗୁପ୍ତ ରଖାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories