www.samajalive.in
Thursday, December 11, 2025
27.1 C
Bhubaneswar

ନରେନ୍ଦ୍ର ମୋଦୀଙ୍କ ଛାତି ୫୬ ନୁହେଁ ୧୫୬ ଇଞ୍ଚର: ରାମବିଳାଶ ପାଶୱାନ

ପାଟନା : କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶୱାନ ପାଟନାର ଗାନ୍ଧୀ ମୈଦାନରେ ରବିବାର ଆୟୋଜିତ ଏନ୍‍ଡିଏମର ବିଜୟ ସଂକଳ୍ପ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ପାଶୱାନ କହିଛନ୍ତି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସେନା ଯେଉଁଭଳି ପାକିସ୍ତାନକୁ ଜବାବ ଦେଲା, ସେଥିରୁ ମୋଦୀଙ୍କ ଛାତି ୫୬ ନୁହେଁ ୧୫୬ ଇଞ୍ଚର ବୋଲି ସାବ୍ୟସ୍ତ ହୋଇଛି। ଏହାସହ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ରାମବିଳାଶ ପାଶୱାନ ଭାରତୀୟ ବାୟୁସେନାକୁ ସଲାମ କରିଥିଲେ। ପୁଲୱାମା ଆକ୍ରମଣ ପରେ ନରେନ୍ଦ୍ର ମୋଦୀ ପାକିସ୍ତାନର ଖାଦ୍ୟ, ପାନୀୟ ବନ୍ଦ କରିଦେଲେ। ପାକିସ୍ତାନଠାରୁ ମୋଷ୍ଟ ଫେଭର୍ଡ ନେଶନର ମାନ୍ୟତା ଛଡ଼ାଇ ନିଆଗଲା। ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୨୦୦% ଟିକସ୍‍ ଲଗାଗଲା। ଜାମ୍ମୁ କାଶ୍ମୀରରେ ରହି ପାକିସ୍ତାନର ଗୁଣ ଗାଉଥିବା ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନିଆଗଲା। ମୋଦୀଙ୍କ ନେତୃତ୍ୱରେ ଦେଶ ପାକିସ୍ତାନକୁ ସଠିକ୍‍ ଜବାବ ଦେଇଛି। ତେଣୁ ବିହାରର ସମସ୍ତ ୪୦ ଆସନରେ ଏନ୍‍ଡିଏକୁ ଜିତାଇବା ପାଇଁ ଆମେ ଶପଥ ନେବାର ଅଛି ବୋଲି ସେ କହିଥିଲେ। ପାଶୱାନ ମୋଦୀଙ୍କ କାର୍ଯ୍ୟକାଳରେ ଆସିଥିବା ସମସ୍ତ ଯୋଜନାର ପ୍ରଶଂସା କରିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories