www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ “ରିଫର୍ମ, ପର୍ଫମ ଓ ଟ୍ରାନ୍ସଫର୍ମ”ମନ୍ତ୍ର ଦେଶର ନାଗରିକଙ୍କୁ ସଶକ୍ତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ “ରିଫର୍ମ, ପର୍ଫମ, ଓ ଟ୍ରାନ୍ସଫର୍ମ” ମନ୍ତ୍ର ଦେଶର ସମସ୍ତ ନାଗରିକଙ୍କୁ ସଶକ୍ତ କରିବା ସହ ଭାରତର ଅର୍ଥନୀତିରେ ଦେଶବାସୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ଯୋଡ଼ିବା ଦିଗରେ ଭାରତ ସରକାରଙ୍କ ଉଦ୍ୟମକୁ ମାର୍ଗଦର୍ଶନ ଦେଉଅଛି ବୋଲି ବୁଧବାର ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କଟକ ସ୍ଥିତ ଆୟକର ଆପିଲେଟ୍‍ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ଏବଂ ଆବାସିକ ପରିସର ଉଦଘାଟନ ହେବା ଅବସରରେ ଟ୍ୱିଟ୍‍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବାନୁଯାୟୀ ଆଇଟିଏଟିର ଏହି ନୂତନ କାର୍ଯ୍ୟାଳୟ ଓଡ଼ିଶା ସମେତ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ ଭାରତରେ ଲକ୍ଷାଧିକ ଲୋକଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ‘ଟିକସ ଆତଙ୍କବାଦ’ରୁ ‘ଟିକସ ସ୍ୱଚ୍ଛତା’ ଆଡ଼କୁ ଅଗ୍ରସର ହୋଇଛି। ମୋଦି ସରକାର ସଚ୍ଚୋଟ କରଦାତାମାନଙ୍କ ସମସ୍ୟାର ସମାଧାନ କରିଛନ୍ତି ବୋଲି ସେ କହିଛନ୍ତି।

- Advertisement -

ଓଡିଶା ହେଉଛି କଳା, ସଂସ୍କୃତି ଏବଂ ଐତିହ୍ୟର ରାଜ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ର ଏହି ପାର୍ବଣ ସମୟରେ ଓଡିଶା ତଥା ଦେଶବାସୀଙ୍କୁ ସତର୍କ ରହିବା ସହ ଅଧିକ ଭୋକାଲ ଫର୍‍ ଲୋକାଲ୍‍ ହେବା ଏବଂ ସ୍ଥାନୀୟ କଳାକାର, ବୁଣାକାର, ବେପାରୀ ଏବଂ ବ୍ୟବସାୟୀଙ୍କୁ ଯଥାସମ୍ଭବ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ପାଳନ କରିବା ସହ ଆତ୍ମନିର୍ଭର ଭାରତରେ ଯୋଗଦାନ କରିବା ପାଇଁ ଓଡିଶାବାସୀଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories