www.samajalive.in
Monday, December 8, 2025
14.1 C
Bhubaneswar

ସାଂସଦଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସନ୍ଧ୍ୟାରାଣୀ

ଫୁଲବାଣୀ: ଦେଶ ସେବା ପାଇଁ ଓଡ଼ିଶା ପୁଲିସ୍‍ ବିଭାଗରେ କାର୍ଯ୍ୟରତ ଥାଇ ନିଜର ବୁଣାବୁଣି କୌଶଳ ସକାସେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲଡ୍‍ ରେକର୍ଡ଼ରେ ସ୍ଥାନ ପାଇଥିବା କନ୍ଧମାଳ ଜିଲା ଚକାପାଦ ବ୍ଳକର ଓଡ଼ିଆ ସାହିର ସନ୍ଧ୍ୟାରାଣୀ ବେହେରାଙ୍କୁ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିବା ସହିତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦ ଏହା ପ୍ରଦାନ କରିଛନ୍ତି। ସାଂସଦ ତାଙ୍କ ପ୍ରମାଣପତ୍ରରେ ଏହି ରେକର୍ଡ଼ରେ ସ୍ଥାନ ପାଇଁ କନ୍ଧମାଳ ତଥା ଦେଶକୁ ଗୌରବାନିତ କରିଥିବା ଯୋଗୁଁ ସେ ସାଧୁବାଦ ପ୍ରଦାନ କରିବା ସହିତ ନିଜ ବଳକା ସମୟକୁ ଉପଯୁକ୍ତ ବିନିଯୋଗ କରି ଓଡ଼ିଶାର ବିଭିନ୍ନ ଜିଲାରେ ମହିଳା ମାନଙ୍କୁ ମଧ୍ୟ ସ୍ୱାବଲମ୍ବି ହେବାରେ ଉଦାହରଣ ପାଲଟିଛନ୍ତି ବୋଲି ଉଲ୍ଲେଖ କରାଯାଇଛି।

ପ୍ରକାଶ ଯେ, ସନ୍ଧ୍ୟାରାଣୀ ବର୍ତ୍ତମାନ ଭୁବନେଶ୍ୱର ଠାରେ ରେଳ ବିଭାଗରେ ମହିଳା କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଏଭଳି ଏକ ରେକର୍ଡ଼ରେ ସ୍ଥାନ ପାଇଥିବା ନେଇ ଖବର ପ୍ରସାରିତ ହେବା ପରେ ତାଙ୍କୁ ବିିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିନ୍ତ ନିଜ ବିଭାଗ ପକ୍ଷରୁ ତାଙ୍କୁ କୌଣସି ପ୍ରକାର ଶୁଭେଚ୍ଛା କିମ୍ବା ସମ୍ବର୍ଦ୍ଧନା କରାଯାଇନଥିବା ଜଣାଯାଇଛି। ଭୁବନେଶ୍ୱର ଠାରେ ଏହି ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ ବେଳେ କନ୍ଧମାଳ ସାଂସଦଙ୍କ କନ୍ଧମାଳ ପ୍ରତିନିଧି ଦେବେନ୍ଦ୍ର କୁମାର ସାମଲ ଓ କିସ୍‍ ର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସନ୍ଧ୍ୟାରାଣୀ ମଧ୍ୟ ନିଜ ହାତରେ ବୁଣିଥିବା ଜଗନ୍ନାଥଙ୍କର ଏକ ମୂର୍ତ୍ତି ମଧ୍ୟ ସାଂସଦଙ୍କ ପ୍ରଦାନ କରିଥିବାର ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories