www.samajalive.in
Friday, December 5, 2025
23.1 C
Bhubaneswar

୮ମ ବେତନ କମିସନ ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ମ ବେତନ କମିସନ ସନ୍ଦର୍ଭ ସର୍ତ୍ତାବଳୀ (ଟର୍ମସ ଅଫ୍‌ ରେଫେରେନ୍ସ)କୁ ଅନୁମୋଦନ କରାଯାଇଛି। ଏହି କମିସନଙ୍କ ରିପୋର୍ଟ କାର୍ଯ୍ୟକାରୀ ହେଲେ ପ୍ରାୟ ୫୦ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୯ରୁ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ଆଇଆଇଏମ (ବେଙ୍ଗାଲୁରୁ) ପ୍ରଫେସର ପୁଲକ ଘୋଷଙ୍କୁ କମିଟି ସଦସ୍ୟ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଚିବ ପଙ୍କଜ ଜୈନଙ୍କୁ ସଦସ୍ୟ-ସଚିବ ନିଯୁକ୍ତ କରାଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ କମିଟି କେନ୍ଦ୍ର ସରକାରଙ୍କୁ ୮ମ ବେତନ ବୃଦ୍ଧି ସଂକ୍ରାନ୍ତ ସୁପାରିସ ରିପୋର୍ଟ ଦାଖଲ କରିବେ। ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ଏହି ରିପୋର୍ଟକୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଅଷ୍ଟମ ବେତନ କମିସନ ଗଠନ ପ୍ରସ୍ତାବକୁ କେନ୍ଦ୍ର ସରକାର ଗତ ଜାନୁଆରୀରେ ଅନୁମୋଦନ କରିସାରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କମିସନଙ୍କ ସୁପାରିସ ରିପୋର୍ଟକୁ କେନ୍ଦ୍ର ସରକାର ଗ୍ରହଣ କରିବା ପରେ ହିଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯଦ୍ବାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଓ ପେନସନଭୋଗୀଙ୍କ ପେନସନ ରାଶି ସଂଶୋଧିତ ହୋଇପାରିବ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଜଣାଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୧୪ ଫେବୃଆରୀରେ ୭ମ ବେତନ କମିସନ ଗଠନ କରାଯାଇଥିଲା। ଏହାର ରିପୋର୍ଟକୁ ୨୦୧୬ ଜାନୁଆରୀ ୧ରୁ କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ଫିଟ୍‌ମେଣ୍ଟ ଫ୍ୟାକ୍ଟର ୨.୫୭ ପ୍ରତିଶତ ବୃଦ୍ଧି କରାଯାଇଥିଲା। ସପ୍ତମ ବେତନ କମିସନ ରିପୋର୍ଟର କାର୍ଯ୍ୟକାଳ ୨୦୨୫ ସୁଦ୍ଧା ପୂରିଯାଇଛି। ଏହି ପରିପ୍ରେକ୍ଷୀରେ ଅଷ୍ଟମ ବେତନ କମିସନ ଶୀଘ୍ର ଗଠନ କରିବାକୁ କର୍ମଚାରୀ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ହୋଇ ଆସୁଥିଲା। ଅଷ୍ଟମ ବେତନ କମିସନରେ କର୍ମଚାରୀଙ୍କ ମୂଳ ବେତନ ୨.୮୬ରୁ ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। କମିସନ ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ଯାତାୟାତ ଖର୍ଚ୍ଚ ଏବଂ ଘରଭଡା ବୃଦ୍ଧି ଉପରେ ଗୁରୁତ୍ବ ଦେଇପାରନ୍ତି ବୋଲି ଅର୍ଥନୀତିଜ୍ଞମାନେ ଆଶାବ୍ୟକ୍ତ କରୁଛନ୍ତି।

ପ୍ରକାଶଥାଉକି, ୭ମ ବେତନ କମିଶନରେ ଯାହାର ସର୍ବନିମ୍ନ ମୂଳ ଦରମା ୭ହଜାର ରହିଥିଲା, ତାହା ବଢ଼ି ୧୮ହଜାର ଟଙ୍କା ପହଞ୍ଚିଥିଲା। ଯଦି ୭ମ କମିଶନ ଭଳି ୮ମ କମିଶନ ଦରମା ଲାଗୁ କରାଯାଏ, ତେବେ ସର୍ବନିମ୍ନ ମୂଳ ଦରମା ୧୮ହଜାର ମାସିକ ପହଞ୍ଚିଥିବା ବ୍ୟକ୍ତିଙ୍କର ଏହା ବଢ଼ି ୫୧,୪୮୦ଟଙ୍କା ପହଞ୍ଚି ଯାଇପାରିବ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories