www.samajalive.in
Thursday, December 11, 2025
23.1 C
Bhubaneswar

ଜଳ ଯୋଗାଣ ପାଇପ ଫାଟି ଭୁଷୁଡିଲା ରାସ୍ତା; ଖାତରେ କାର ଓ ଅଟୋ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁର ଅଞ୍ଚଳରେ ଦିଲ୍ଲୀ ପାନୀୟ ଜଳ ଯୋଗାଣ ପାଇପ ଫାଟି ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ପାଇପ ଲାଇନ ଫାଟିବା କାରଣରୁ ରାସ୍ତାର ବଡ ଅଂଶ ଭୁଷିଡି ପଡିଛି । ଫଳରେ ରାସ୍ତାରେ ଯାଉଥିବା ଏକ କାର ଓ ଏକ ଅଟୋ ସେହି ଖାତ ମଧ୍ୟକୁ ଖସି ପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ବହୁ ପରିଶ୍ରମ ପରେ ଖାତ ମଧ୍ୟରୁ ଅଟୋ ଓ କାରରେ ଥିବା ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୬ ଜଣ ଲୋକ ସାମାନ୍ୟ ଭାବରେ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ଗୋକୁଳପୁରୀ ରୁ ସୀଲମପୁର ଯାଉଥିବା ୬୬ ନମ୍ବର ରାଜପଥକୁ ବନ୍ଦ କରି ଦିଆଯାଇଛି । ଆଗକୁ ଯେପରି ଆଉ ଦୁର୍ଘଟଣା ନ ଘଟିବ ସେଥିପାଇଁ ରାସ୍ତାରେ ପୁଲିସ ମୁତୟନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୬୬ ନମ୍ବର ରାଜପଥ ମୌଜପୁର ମେଟ୍ରୋ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୋମବାର ରାତି ପ୍ରାୟ ୭.୪୫ ମିନିଟରେ ଦିଲ୍ଲୀ ଜଳ ଯୋଗାଣ ପକ୍ଷରୁ ପାଇପ ଲାଇନକୁ ଅଧିକ ସଂପ୍ରସାରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ରାସ୍ତା ଉପରେ ପ୍ରାୟ ୨୦ ଫୁଟ ଉଚ୍ଚର ଜଳ ବର୍ଷଣ ହୋଇଥିଲା । ଏହାର କିଛି ସମୟ ପରେ ପ୍ରାୟ ୫.୧୫ ମିନିଟରେ ଭିକ୍ଟର ପବ୍ଲିକ ସ୍କୁଲ ନିକଟରେ ହଠାତ୍ ରାସ୍ତା ଭୁଷୁଡି ପଡିଥିଲା । ରାସ୍ତାରେ ପ୍ରାୟ ୨୦ ଫୁଟ ଚଉଡାର ଗାତ ସୃଷ୍ଟି ହୋଇଛି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories