www.samajalive.in
Saturday, December 6, 2025
16.1 C
Bhubaneswar

ଘରେ ବସି କରାଇବେ ଅଲ୍‌ଟ୍ରାସାଉଣ୍ଡ

ସ୍ମାର୍ଟ ଯୁଗରେ ଆଉ କିଛି ଅସମ୍ଭବ ନୁହେଁ। ଘରେ ବସି ଆପଣ ଅନ୍-ଲାଇନ୍ ସଉଦା, ପରିବା ବରାଦ୍ ଦେଇପାରିବେ। ପିଲାମାନେ ଆଜିକାଲି ଘରୁ ହିଁ ଅନ୍-ଲାଇନ୍ ପାଠପଢ଼ା କରିପାରୁଛନ୍ତି। ଏବେ ବିଶେଷଜ୍ଞ ଦଳ ଆଉ ପାଦେ ଆଗେଇଛନ୍ତି। ଗର୍ଭବତୀ ମହିଳାମାନେ ଚିକିତ୍ସାଳୟ ନ ଯାଇ ମଧ୍ୟ ଅଲଟ୍ରାସାଉଣ୍ଡ କରିପାରିବେ। ଏଥି ନିମନ୍ତେ ମୁଖ୍ୟ ଆବଶ୍ୟକତା ହେଲା ଆପଣଙ୍କ ସ୍ମାର୍ଟଫୋନ୍। ଏକାକୀ ରହୁଥିବା ଗର୍ଭବତୀ ମହିଳା କିମ୍ବା ଯେଉଁମାନେ ନିୟମିତ ଭାବେ ଡାକ୍ତରଙ୍କ ପାଖକୁ ଯାଇପାରିନଥାନ୍ତି, ସେମାନେ ସ୍ମାର୍ଟଫୋନ୍‌‌ରେ ଗୋଟିଏ ଯନ୍ତ୍ର ଲଗାଇ ଅଲ୍‌ଟ୍ରାସାଉଣ୍ଡ କରିପାରିବେ। ଉପକରଣର ନାମ ହେଉଛି ‘ପଲ୍ସ ଆଣ୍ଡ ମୋର୍’। ହାଲୁକା ଏଇ ଯନ୍ତ୍ରଟିକୁ ଜଣେ ମହିଳା ସହଜରେ ବ୍ୟବହାର ମଧ୍ୟ କରିପାରିବେ। ସ୍ମାର୍ଟଫୋନ୍‌‌ ସହ ଉପକରଣକୁ ଯୋଗାଯୋଗ କରି ଏଥିରେ ଲାଗିଥିବା କ୍ୟାମେରା ସହାୟତାରେ ପେଟକୁ ସ୍କାନ୍ କରନ୍ତୁ। ଏହା ପରେ ଏଇ ସ୍କାନ୍‌ ଫଟୋକୁ ଇ-ମେଲ୍ ଜରିଆରେ ଡାକ୍ତରଙ୍କୁ ପଠାଇଦେବେ। ଇସ୍ରାଏଲ୍‌ର ଗବେଷକଦଳ ଏହି ଅତ୍ୟାଧୁନିକ ଯନ୍ତ୍ରର ତିଆରି କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷଣ ହୋଇସାରିଛି। ୯୫% ମହିଳାଙ୍କ ଠାରେ ‘ପଲ୍ସ ଆଣ୍ଡ ମୋର୍’ ପରୀକ୍ଷଣ ହୋଇଥିବାବେଳେ ଏହାର ଫଳାଫଳ ଠିକ୍ ବାହାରିଥିବାର ପ୍ରକାଶ। ବିଶେଷଜ୍ଞ ଦଳଙ୍କ କହିବାନୁସାରେ, ମହିଳାମାନେ ଏହାର ଉପଯୋଗ ଠିକ୍ ଭାବେ କରିପାରୁଛନ୍ତି। n

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories