www.samajalive.in
Tuesday, December 9, 2025
16.1 C
Bhubaneswar

ଉଇଘୁର ମୁସଲମାନଙ୍କୁ ପ୍ରଶିକ୍ଷଣ ଶିବିରରେ  ଅଟକ ରଖିଥିବା ସ୍ୱୀକାର କଲେ ଚୀନ ସରକାର

ବେଜିଂ. – ଉଇଘୁର ମୁସଲିମଙ୍କ ଉପରେ ଚୀନସରକାର  ବାରମ୍ବାର ଅକଥନୀୟ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇ ଆସୁଛି । ଏବେ ଏହି ସଂଖ୍ୟା ଲଘୁ ଗୋଷ୍ଠୀଙ୍କୁ ଚୀନ ସରକାର ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ଅଟକ ରଖିଥିବା ତଥ୍ୟ ସାମ୍ନାକୁ ଆସିଛି । ଚୀନ ସରକାର ବି ଏହାକୁ ସ୍ୱୀକାର କରିଛନ୍ତି ।

ଉଇଘୁରମାନେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ କରି ଚୀନ ସରକାର ବିଭିନ୍ନ ଲୋକଙ୍କୁ ଗିରଫ କରିଥିଲେ। ପରେ ଏମାନଙ୍କର କୌଣସି ଖୋଜ ଖବର ମିଳି ନ ଥିଲା । ଏବେ ଉଇଘୁର ମୁସଲିମମାନଙ୍କୁ ଜୋର ଜବର ଦସ୍ତ ବିଭିନ୍ନ ପ୍ରଶିକ୍ଷଣ ଶିବିରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି ।  ମାତ୍ର ପୂର୍ବୁରୁ ଜାତିସଂଘ କରିଥିବା ଅଭିଯୋଗକୁ ଚୀନ ଖଣ୍ଡନ କରିଛି । ଉଇଘୁର ବାସିନ୍ଦାଙ୍କୁ କୌଣସି ଗୁପ୍ତ ସ୍ଥାନରେ ରଖାଯାଇଥିବା ଅଭିଯୋଗକୁ ଚୀନ ସରକାର ଅସ୍ୱୀକାର କରିଛନ୍ତି । ୧୦ ଲକ୍ଷ ଉଇଘୁର ମୁସଲମାନଙ୍କୁ ଚୀନ ସରକାର ଗୁପ୍ତ ସ୍ଥାନରେ କରି ରଖିଥିବା ଅଭିଯୋଗ ହୋଇଥିଲା । ଏବେ ଚୀନ ଉଇଘୁରମାନଙ୍କ ଘରେ କ୍ୱିଆର୍‌ କୋଡ୍‌ ଲଗାଇବା ସହି ବିଭିନ୍ନ ଅତ୍ୟାଧୁନିକ ଉପାୟରେ ନଜର ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories