www.samajalive.in
Wednesday, December 10, 2025
18.1 C
Bhubaneswar

ଲଗାତର ଖସିବାରେ ଲାଗିଛି ଦୁଇଚକିଆ ଇଲେକ୍ଟ୍ରିକ୍ ଗାଡି ଦାମ୍, ଆଉ କିଛି ବର୍ଷରେ ପେଟ୍ରୋଲ ଗାଡି ସହ ହୋଇପାରେ ସମାନ

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଶସ୍ତା ହୋଇଯାଇଛି । ଅନେକ ଇଲେକ୍ଟ୍ରିକ୍ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ ୨-୩ ମାସରେ ନିଜ ଅନେକ ମଡେଲର ଦାମ୍ ପ୍ରାୟ ୨୦-୨୫ ହଜାର ଟଙ୍କା ହ୍ରାସ କରିଛନ୍ତି । କମ୍ ଦାମର ଇଭିରେ ପ୍ରାୟ ୧୫-୧୭ ପ୍ରତିଶତ ପର୍ଯ୍ୟନ୍ତ ଦାମ୍ ହ୍ରାସ ପାଇବା ଦେଖିବାକୁ ମିଳିଛି ।

ବିକ୍ରି ବଢାଇବା ଉଦ୍ଦେଶ୍ୟରେ ଗାଡିର ଦାମ୍ ଲଗାତର ହ୍ରାସ କରୁଛନ୍ତି କମ୍ପାନୀ । ପେଟ୍ରୋଲ ଦୁଇଚକିଆ ଗାଡି ନିର୍ମାତାମାନେ ମଧ୍ୟ ଲଗାତର ଇଲେକ୍ଟ୍ରିକ୍ ଗାଡି ନିର୍ମାଣ ବଢାଇବାରେ ଲାଗିଛନ୍ତି । ଏହି କ୍ଷେତ୍ରରେ ଲଗାତର ମୁକାବିଲା ଦେଖିବାକୁ ମିଳୁଛି । ତେଣୁ କମ୍ପାନୀଗୁଡିକ ନିଜ ନିଜ ପ୍ରମୁଖ ମଡେଲର ଦାମ୍ ଲଗାତର କମାଇବାରେ ଲାଗିପଡିଛନ୍ତି । ଅନ୍ୟପଟେ ବ୍ୟାଟେରୀର ଦାମ୍ ମଧ୍ୟ ଖସିଛି, ଯାହା ଫଳରେ ଗାଡିର ଦାମ୍ କମାଇ ଗ୍ରାହକଙ୍କୁ ଆକର୍ଷିତ କରିବାକୁ କମ୍ପାନୀ ଯୋଜନା କରିଛନ୍ତି ।

- Advertisement -

ଫାଡାର ପ୍ରେସିଡେଣ୍ଟ ମନିଷ ରାଜ ସିଙ୍ଘାନିଆ କୁହନ୍ତି କି ଦୁଇଚକିଆ ପେଟ୍ରୋଲ ଗାଡି ନିର୍ମାତାମାନେ ମଧ୍ୟ ଇଲେକ୍ଟ୍ରିକ୍ ମଡେଲ ବଢାଇବାରେ ଲାଗିଛନ୍ତି । ଏବେ ଏହା ମାତ୍ର ୫ ପ୍ରତିଶତ ଅଛି ଯାହାକି ୨-୩ ବର୍ଷରେ ଅନେକ ଗୁଣ ବଢିଯିବ । ଇଭିର ଦାମ୍ ମଧ୍ୟ ହ୍ରାସ ପାଇ ପେଟ୍ରୋଲ ଗାଡି ସହ ସମାନ ହୋଇପାରେ । କହିରଖୁଛୁ ଇଭି ଗାଡିର ଦାମ୍ ୪୦ ପ୍ରତିଶତ କେବଳ ଏହାର ବ୍ୟାଟେରୀ ଯୋଗୁଁ ହୋଇଥାଏ । ଗତ ୫-୬ ମାସରେ ଚାଇନିଜ୍ ବ୍ୟାଟେରୀର ଦାମ ପ୍ରାୟ ଅଧା ଖସିଛି । ଯାହା ଫଳରେ ଇଭିର ଦାମ୍ ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ଏବଂ ଏହାର ଲାଭ ଗ୍ରାହକଙ୍କୁ ହିଁ ମିଳୁଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories