ସିଡନୀ : ଅଷ୍ଟ୍ରେଲିଆ ନିଉ ସାଉଥ ୱାଲେସ୍ର ମୁନିତଟରେ ମଙ୍ଗଳବାର ତିନି ଜଣ ଭାରତୀୟ ଭାସିଯାଇଛନ୍ତି। ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ସୂଚନା ଅନୁସାରେ ସମୁଦ୍ର କୂଳରେ ବୁଡ଼ି ଯାଉଥିବା ଜଣେ ଶିଶୁକୁ ଉଦ୍ଧାର କରିବାକୁ ତିନି ଭାରତୀୟ ସମୁଦ୍ର ମଧ୍ୟକୁ ଲମ୍ପ ମାରିଥିଲେ। ହେଲେ ସେମାନେ ସମୁଦ୍ରରେ ଭାସି ଯାଇଥିଲେ। ମୃତକଙ୍କ ନାମ ନାମ ଗ୍ୟାସଉଦ୍ଦିନ (୪୫) ଏବଂ ରାହତ (୩୫) ଓ ସେମାନଙ୍କଘର ତେଲଙ୍ଗାନାରେ। ନିଖୋଜ ଭାରତୀୟଙ୍କ ନାମ ଜୁନୈଦ (୨୮) ବୋଲି ଜାଣିବାକୁ ମିଳିଛି। ତେବେ ବୁଡ଼ିଯାଉଥିବା ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ଅଷ୍ଟ୍ରେଲିଆ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



