www.samajalive.in
Monday, December 8, 2025
20.1 C
Bhubaneswar

ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବେ ୨ ବରିଷ୍ଠ ପୁଲିସ୍‍ ଅଧିକାରୀ

ଚଳିତ ବର୍ଷ ଓଡ଼ିଶାରୁ ୨ ଜଣ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବି.ପି.ଏସ୍‍.ପି.ଏ. ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପ୍ପା ଏହି ପଦକ ପାଇଁ ମନୋନୀତ ହୋଇଛନ୍ତି। ସେହିଭଳି ୧୧ ଜଣ ପୁଲିସ୍‍ କର୍ମଚାରୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁଲିସ୍‍ ପଦକ ପ୍ରଦାନ କରାଯିବ।

ଆଇନ୍‍ ଶୃଙ୍ଖଳା ଆଇ.ଜି. ପ୍ରବୀଣ କୁମାର, ଡେପୁଟି କମାଣ୍ଡାଣ୍ଟ ଅଶୋକ ଚୌଧୁରୀ ଓ ସୁବେଦାର ହେମନ୍ତ ଛେତ୍ରୀ ଏହି ପୁରସ୍କାର ପାଇବେ। ଏ.ଏସ୍‍.ଆଇ. ମନୋରଞ୍ଜନ ଶତପଥୀ, ଏ.ଏସ୍‍.ପି. ରବୀନ୍ଦ୍ର ଦାସ, ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଧା ତମାଙ୍ଗ, ହାବିଲଦାର ଶେକ୍‍ ନାସାରୁଦ୍ଧିନ୍‍, ଏ.ଏସ୍‍.ପି. ଭବାନୀ ଶଙ୍କର ମିଶ୍ରଙ୍କୁ ପୁଲିସ୍‍ ପଦକ ପ୍ରଦାନ କରାଯିବ। ସେହିଭଳି ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସ୍‍.ପି ପ୍ରକାଶ ପାଲ୍‍, ହାବିଲ୍‍ଦାର ସରୋଜ ଭୋଇ, କନେଷ୍ଟବଳ ଗୌତମ ପାତ୍ର ମଧ୍ୟ ପୁଲିସ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି।

- Advertisement -

ସେହିପରି ୨୦୨୦ ମସିହା ପାଇଁ ରାଜ୍ୟପାଳ ପୁଲିସ୍‍ ପଦକ ପାଇବେ ୨୦ ଜଣ ପୁଲିସ୍‍ କର୍ମଚାରୀ। ଡି.ଆଇ.ଜି. ଜୟ ନାରାୟଣ ପଙ୍କଜ ଓ ଅନିରୁଦ୍ଧ ସିଂହ, ଏସ୍‍.ପି. ବ୍ରିଜେସ୍‍ ରାୟ ଓ ମିତ୍ରଭାନୁ ମହାପାତ୍ର ଏହି ରାଜ୍ୟପାଳ ପୁଲିସ୍‍ ପଦକ ପାଇବେ।ଏହି ଉପଲକ୍ଷେ ଡି.ଜି.ପି. ଅଭୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories