www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶାର ଅନ୍ୱେଷ ଶୁଭମ୍‍ଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର’ ପ୍ରାପ୍ତ ଶିଶୁମାନଙ୍କ ସହ ମତ ବିନିମୟ କରିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍‍ ଭଳି କଠିନ ସମୟରେ ଏହି ଶିଶୁମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି ଏହି ଶିଶୁମାନେ ପ୍ରମାଣିତ କରି ଦେଖେଇଛନ୍ତି ଯେ ସଠିକ୍‍ କାର୍ଯ୍ୟ ସହ ଜଡିତ ହେଲେ ଛୋଟ ଚିନ୍ତାଧାରାରୁ ମଧ୍ୟ ବଡ଼ ଏବଂ ପ୍ରଭାବଶାଳୀ ଫଳାଫଳ ମିଳିପାରିବ। ଏହି ପୁରସ୍କାରପ୍ରାପ୍ତ ପିଲାମାନଙ୍କର ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି ଏବଂ ଦେଶପାଇଁ କାର୍ଯ୍ୟକଲେ ଏହା ଅନ୍ୟମାନଙ୍କ ଚିନ୍ତାଧାରାକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ଓଡ଼ିଶାର ଅନ୍ୱେଷ ଶୁଭମ୍‍ ପ୍ରଧାନକୁ ଶିକ୍ଷା କ୍ଷେତ୍ରରେ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଅନ୍ୱେଷ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ବିଦ୍ୟାଳୟର ଛାତ୍ର। ଅନ୍ୱେଷ କହିଛନ୍ତି ସେ ଭବିଷ୍ୟତରେ ଆଇ.ଆଇ.ଟି.ରେ ପାଠ ପଢ଼ିବା ସହ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୱେଷଙ୍କର ଏହି ସଫଳତା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତି ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଏମ୍‍.ଏସ୍‍.ଏମ୍‍.ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories