www.samajalive.in
Tuesday, December 9, 2025
17.1 C
Bhubaneswar

ସୈନିକଙ୍କୁ ଉତ୍ସର୍ଗ କୃଷକଙ୍କ ଆଜିର ଟ୍ରାକ୍ଟର ଶୋଭାଯାତ୍ରା, ୫ହଜାର ଟ୍ରାକ୍ଟର କରିବେ ୫ଘଣ୍ଟାର ଶୋଭାଯାତ୍ରା

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ଶୋଭାଯାତ୍ରା କରିବେ। ‘କିଷାନ ଗଣତନ୍ତ୍ର ପରେଡ’ ନାମରେ ହେବାକୁ ଥିବା ଏହି ଟ୍ରାକ୍ଟର ଶୋଭାଯାତ୍ରା ପୁଲିସର ଅନୁମତି ଆଧାରରେ ନିର୍ଦ୍ଧାରିତ ରାସ୍ତା (ରୁଟ୍‌)ରେ ହେବ ବୋଲି ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ସେ କହିଛନ୍ତି ଏହି ଶୋଭାଯାତ୍ରା ଦେଶର ସୈନିକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ଓ ଏଥିରେ କୌଣସି ରାଜନୈତିକ ଲୋକ ସାମିଲ ହୋଇପାରିବେ ନାହିଁ। ଶୋଭାଯାତ୍ରା ଲାଗି ଦିଲ୍ଲୀ ପୁଲିସ ତିନିଟି ରାସ୍ତା ଧାର୍ଯ୍ୟ କରିଛି।

ଶୋଭାଯାତ୍ରା ନିର୍ଦ୍ଧାରିତ ରାସ୍ତାରେ ଯାଇ ସେହି ରାସ୍ତାରେ ଫେରିବ। ଏଥିପାଇଁ ଦୁଇଟି ଲେନ୍‌ ପ୍ରସ୍ତୁତ କରାଯାଇଛି। ଟ୍ରାକ୍ଟର ଶୋଭାଯାତ୍ରା ପାଇଁ ପୁଲିସ ଦେଇଥିବା ଅନୁମତିରେ ୩୬ଟି ସର୍ତ୍ତ ଧାର୍ଯ୍ୟ କରାଯାଇଛି। ସର୍ତ୍ତ ଅନୁଯାୟୀ ଶୋଭାଯାତ୍ରାରେ ୫ହଜାର ଟ୍ରାକ୍ଟର ଓ ୫ହଜାର ଲୋକ ଭାଗନେବେ। ମଧ୍ୟାହ୍ନ ୧୨ଟାରୁ ଏହା ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ। ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ପାଇଁ କୃଷକ ସଂଗଠନଗୁଡିକ ୨୫୦୦ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରିଛି। ଶୋଭାଯାତ୍ରାରେ କୌଣସି ପ୍ରକାର ଡାକବାଜି ଯନ୍ତ୍ର ବ୍ୟବହାର, ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ବ୍ୟାନର କିମ୍ବା ପୋଷ୍ଟର ପ୍ରଦର୍ଶନ କରାଯାଇପାରିବ ନାହିଁ। ପୁଲିସ ଅନୁମତି ସହିତ ଦିଲ୍ଲୀ ଅଗ୍ନିଶମ, ବିଏସଇଏସ୍‌, ଏନଡିପିଏଲ ଓ ଅନ୍ୟ ଏଜେନ୍ସି ଠାରୁ କୃଷକମାନେ ଅନୁମତି ଆଣିବେ। ପ୍ରତ୍ୟେକ ସଂଗଠନ ନିଜର ପରିଚୟ ପତ୍ର ଆବଶ୍ୟକ ସମୟରେ ଦେଖାଇବାକୁ ବାଧ୍ୟ। ରାସ୍ତାରେ କେହି କୌଣସିଠାରେ ଅଟକି ପାରିବେ ନାହିଁ। କୌଣିସ ପ୍ରକାର ସରକାରୀ ସମ୍ପତ୍ତିକୁ ନଷ୍ଟ କରାଯିବ ନାହିଁ। ଟ୍ରାକ୍ଟର ବ୍ୟତୀତ ଅନ୍ୟ କୌଣସି ଗାଡି ଏପରିକି ଦୁଇ ଚକିଆ ଯାନ ବ୍ୟବହାର କରାଯିବ ନାହିଁ। ଅନ୍ୟପଟେ ଫେବୃଆରୀ ୧ରେ ଆନ୍ଦୋଳନକାରୀ କୃଷକମାନେ ସଂସଦ ଭବନ ଅଭିମୁଖେ ଶୋଭାଯାତ୍ରାରେ ଯିବେ ବୋଲି କ୍ରାନ୍ତିକାରୀ କିଷାନ ୟୁନିୟନ ନେତା ଦର୍ଶନ ପାଲ କହିଛନ୍ତି।

- Advertisement -

ଅନ୍ୟପଟେ ନୂଆ କୃଷି ଆଇନକୁ ୧ବର୍ଷରୁ ଦେଢବର୍ଷ ପାଇଁ ସ୍ଥଗିତ ରଖିବାକୁ ସରକାର ଦେଇଥିବା ପ୍ରସ୍ତାବ ଉପରେ ଆନ୍ଦୋଳନକାରୀ କୃଷକମାନେ ପୁନର୍ବିଚାର କରିବେ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଶା ପ୍ରକାଶ କରିଛନ୍ତି। ସୋମବାର ତୋମାର କହିଛନ୍ତି ଯେ ସରକାର ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ଲାଗି ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଉପରେ କୃଷକମାନେ ପୁନର୍ବିଚାର କରିବେ। ଏପରିକି ମନ୍ତ୍ରୀ ତୋମାର କହିଛନ୍ତି ଯେ କୃଷକଙ୍କ ଆନ୍ଦୋଳନ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଅନ୍ୟପଟେ ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଚାଲିଥିବା ଅଚଳାବସ୍ଥା ଦୂର କରିବାକୁ ସୁପ୍ରିମକୋର୍ଟ ନିଯୁକ୍ତ ବିଶେଷଜ୍ଞ କମିଟି ଜାନୁଆରୀ ୨୭ରେ କୃଷକ ସଂଗଠନ ସହିତ ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତା ହେବ। କୃଷି ଆଇନ ପ୍ରତ୍ୟାହାର ଦାବିରେ ନଭେମ୍ବର ୨୬ରୁ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories