www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀରୁ ଦୁଇ ସ୍କୁଲ ଛାତ୍ରୀ ନିଖୋଜ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ଛାତ୍ରୀ ଘାଟିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଜଣାପଡିଛି। ବୁଧବାର ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ସେମାନେ ଆଉ ଘରକୁ ଫେରିନାହାନ୍ତି। ସ୍କୁଲ ଛୁଟି ପରେ ଘରକୁ ଫେରିବା ବାଟରୁ ସେମାନେ ନିଖୋଜ ହୋଇଯାଇଥିବା କୁହାଯାଉଛି। ବୁଧବାର ଅପରାହ୍ନରୁ ଏହି ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁହିଁଙ୍କର କୌଣସି ପତ୍ତା ମିଳିନି। ସେପଟେ କେହି ଅପହରଣ କରିନେଇଥିବା ସନ୍ଦେହ କରି  ପରିବାର ଲୋକ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ପୁଲିସର ସ୍ବତନ୍ତ୍ର ଟିମ୍ ଘାଟିକିଆ ଏବଂ ଆଖପାଖ ଅଞ୍ଚଳରେ ଯାଞ୍ଚ ଚଳାଇଛି।  ସିସି ଟିଭି ଫୁଟେଜକୁ ଆଧାର କରି ସ୍କୁଲ କର୍ତ୍ତୁପକ୍ଷ ଏବଂ ସହପାଠୀ ମାନଙ୍କୁ ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories