www.samajalive.in
Saturday, December 6, 2025
26.1 C
Bhubaneswar

ଗୃହରେ ତୁଳସୀ ବୃକ୍ଷ ରଖିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ତୁଳସୀ ବୃକ୍ଷ ଖୁବ ପବିତ୍ର ବୃକ୍ଷ। ତୁଳସୀଙ୍କୁ ନିୟମିତ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ମାତ୍ର ତୁଳସୀ ବୃକ୍ଷ ଥିଲେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ….
ବାସ୍ତୁ ଅନୁଯାୟୀ , ଘରେ ଏହି ଏହି ବୃକ୍ଷ ଲଗାଇବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦିଅନ୍ତୁ।
ଘରର ଦକ୍ଷିଣ-ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାନ୍ତୁ ନାହିଁ।
ତୁଳସୀ ବୃକ୍ଷକୁ ମାଟିରେ ସିଧାସଳଖ ଲଗାନ୍ତୁ ନାହିଁ।ଏହାକୁ ମାଟିପାତ୍ର କିମ୍ବା ମାଟି କୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ତୁଳସୀ ବୃକ୍ଷକୁ ସଫା ସ୍ଥାନରେ ଲଗାନ୍ତୁ। ଏହା ନିକଟରେ କୌଣସି ଅଳିଆ ଆବର୍ଜନା ପକାନ୍ତୁ ନାହିଁ। ଏହା ନିକଟରେ ଝାଡୁ ,ପୋଛା କପଡା ଆଦି ରଖନ୍ତୁ ନାହିଁ।
ବାସ୍ତୁ ଅନୁଯାୟୀ, ତୁଳସୀ ବୃକ୍ଷକୁ ସର୍ବଦା ଉଚ୍ଚ ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ସୌଭାଗ୍ୟ ସହ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ତୁଳସୀ ବୃକ୍ଷକୁ ଖୋଲା ଓ ପ୍ରଚୁର ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ରଖନ୍ତୁ।
ସ୍ନାନ ନକରି ତୁଳସୀ ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ।
ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ରକୁ ତୋଳନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।
ତୁଳସୀ ବୃକ୍ଷକୁ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ।
ତୁଳସୀ ବୃକ୍ଷକୁ ସଠିକ ଭାବେ ପୂଜା କରିବା ସହ ଆବଶ୍ୟକ ପରିମାଣରେ ଜଳ ଅର୍ପଣ କରନ୍ତୁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories