ତୁଳସୀ ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ୍ ନୁହେଁ। ଏହାର ବ୍ୟବହାର ଭୋଜନ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ମଧ୍ୟ କରାଯାଏ। ଏଥିରେ ଜିଙ୍କ୍,ଆଇରନ, କ୍ୟାଲସିୟମ, ଭିଟାମିନ ଏ,ସି ଆଦି ରହିଛି। ତୁଳସୀ ପତ୍ରରେ ଆଣ୍ଟି-ଇନଫ୍ଲେମେଟରୀ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ଭରପୁର ରହିଛି। ଏହା ଅନେକ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ। ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏହାର ବ୍ୟବହାର ଆୟୁର୍ବେଦରେ ଔଷଧ ରୂପରେ କରାଯାଉଛି। ପାଗ ପରିବର୍ତ୍ତନ ସମୟରେ ଏହାର ସେବନ ଦ୍ୱାରା ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଏହାର କାଢା ପ୍ରସ୍ତୁତ କରି ମଧ୍ୟ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ।
ତୁଳସୀ ପତ୍ରର ସେବନ ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ ହୋଇଥାଏ। ଚିନ୍ତା ଦୂର ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ। ସ୍ନାୟୁକୁ ମଧ୍ୟ ସୁସ୍ଥ ରଖିଥାଏ।
ନିୟମିତ ରୂପେ ତୁଳସୀ ପତ୍ରର ସେବନ ଦ୍ୱାରା ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ସହ ଭଲ ଭାବେ ପେଟ ସଫା ରହିଥାଏ।
ତୁଳସୀରେ ଏଭଳି ପୋଷକ ତତ୍ତ୍ୱ ରହିଛି, ଯାହା ରକ୍ତରେ ଶର୍କରା ସ୍ତରକୁ କମ୍ କରିଥାଏ। ଯେଉଁ ମାନଙ୍କର ମଧୁମେହ ସମସ୍ୟା ରହିଛି,ସେମାନଙ୍କ ପାଇଁ ତୁଳସୀ ପତ୍ର କୌଣସି ବରଦାନରୁ କମ୍ ନୁହେଁ।
ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ତୁଳସୀ ପତ୍ର ଔଷଧ ଭଳି କାମ କରିଥାଏ। ତୁଳସୀ ଚା’ ମଧ୍ୟ ପ୍ରସ୍ତୁତ କରି ପିଇ ପାରିବେ। ଚୋବାଇ କରି ମଧ୍ୟ ଏହାର ପତ୍ରକୁ ସେବନ କରି ପାରିବେ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ।
ତୁଳସୀ ପତ୍ର ତ୍ୱଚାକୁ ମଧ୍ୟ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଏଥିରେ ପ୍ରାକୃତିକ ଭାବେ ଔଷଧୀୟ ଗୁଣ ରହିଛି। ଯାହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିଥାଏ।
ଗଳାରେ ଯନ୍ତ୍ରଣା ହେଉଥିଲେ କିମ୍ବା ଗଳା କୁଣ୍ଡାଇ ହେଉଥିଲେ, ତୁଳସୀ ପତ୍ର ବ୍ୟବହାର ବେଶ ଉପକାରୀ। ଏଥିପାଇଁ ଆପଣ ତୁଳସୀ ଚା’ ପ୍ରସ୍ତୁତ କରି ପିଇ ପାରିବେ। ଏହା ଗଳା ଜନିତ ସମସ୍ତ ସମସ୍ୟା ଦୂର କରିଥାଏ।
ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ଦୁଃଶ୍ଚିନ୍ତା ଦୂର କରେ ତୁଳସୀପତ୍ର
Popular Categories



