www.samajalive.in
Tuesday, December 9, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ (ନଭେମ୍ବର ୧୪)

ମେଷ: ସୁସ୍ଥ ଓ ନିରାମୟ ରହିବେ। ବିଦ୍ବାନ୍‌ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦେବ-ଦ୍ବିଜ ଭକ୍ତ ହୋଇପାରନ୍ତି। ଚିନ୍ତା ବୃଦ୍ଧି ହୋଇପାରେ। କୃପଣ ସ୍ବଭାବର ହୋଇପାରନ୍ତି। ମହିଳାମାନେ ସୁଗୃହିଣୀ ହେବେ।

ବୃଷ: ରାଜନୀତି ସମ୍ପୃକ୍ତ ବ୍ୟକ୍ତିଙ୍କ ପରାମର୍ଶଦାତା ହୋଇପାରନ୍ତି। ଐଶ୍ବର୍ଯ୍ୟଶାଳୀ ହେବେ। ନିଜ ଭାଗ୍ୟର ନିର୍ମାତା ନିଜେ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିଯୁକ୍ତ ହେବେ। ମହିଳାମାନେ ସ୍ବାମୀଙ୍କ ସୁରକ୍ଷାକର୍ତ୍ତା ହେବେ।

- Advertisement -

ମିଥୁନ: ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ସାମର୍ଥ୍ୟ ପ୍ରତିପାଦନ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ମହିଳାମାନେ ସ୍ବାମୀ ​‌େ​‌ଶାହାଗିନୀ ହେବେ।

କର୍କଟ: ଶତ୍ରୁ ବିନାଶ କରିପାରନ୍ତି। ଧନ ଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ତେଜିୟାନ୍‌ ହେବେ। ସତ୍‌କର୍ମୀ ହେବେ। ସମସ୍ତଙ୍କର ପ୍ରିୟଭାଜନ ହେବେ। ମହିଳାମାନେ ସୁଗୃହିଣୀ ହେବେ।

ସିଂହ: ନୃପ ତୁଲ୍ୟ ବୀର୍ଯ୍ୟବାନ୍‌ ହୋଇପାରନ୍ତି। ଭୂସମ୍ପତ୍ତିଯୁକ୍ତ ହେବେ। ଜଣେ ବିବେକୀ ବ୍ୟକ୍ତିଭାବେ ପରିଗଣିତ ହେବେ। ଜନପ୍ରିୟ ହୋଇପାରନ୍ତି। ବରିଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ମହିଳାମାନେ ସହାୟିକା ହେବେ।

କନ୍ୟା: ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। କର୍ମଚଞ୍ଚଳ ରହିବେ। ସକଳ ଗୁଣଯୁକ୍ତ ହେବେ। ମହିଳାମାନେ ପରିବାରର ଶ୍ରଦ୍ଧାଭାଜନ ହେବେ।

ତୁଳା: ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ଧୈର୍ଯ୍ୟଶୀଳ ହେବେ। ଶ୍ବଶୁର ଘର ତରଫରୁ ଧନାଗମର ସୂଚନା ମିଳୁଛି। ବିତ୍ତବାନ୍‌ ହୋଇପାରନ୍ତି। ମହିଳାମାନେ ସ୍ବାମୀଙ୍କ ଭଣ୍ଡାର ପରିପୂର୍ଣ୍ଣ କରିବେ।

ବିଛା: ଆର୍ତ୍ତଜନଙ୍କ କୃପାପାତ୍ର ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ଧର୍ମଧ୍ବଜାଧାରୀ ହେବେ। ଧନବାନ୍‌ ଓ ଗୁଣଯୁକ୍ତ ହେବେ। ଉପାର୍ଜନକାରୀ ହେବେ। ମହିଳାମାନେ ଦାନଧର୍ମରେ ଦୀକ୍ଷିତା ହେବେ।

ଧନୁ: ରାଜପୂଜିତ ହୋଇପାରନ୍ତି। ଧନ ଓ ଯାନବାହନଯୁକ୍ତ ହେବେ। ଗ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ପୋଷକ ହୋଇପାରନ୍ତି। ସର୍ବସୁଖ ମିଳିବ। ମହିଳାମାନେ ସର୍ବସଂହା ହେବେ।

ମକର: ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ମନୋଜ୍ଞ ହୋଇପାରନ୍ତି। ସଦା ସମୃଦ୍ଧ ରହିବେ। ବହୁ ବ୍ୟକ୍ତିଙ୍କ ସହିତ ଆତ୍ମିୟତାଭାବ ରହିବ। ସମସ୍ତ କଳ୍ମଷ ଦୂର ହେବ। କୀର୍ତ୍ତିମାନ୍‌ ହେବେ। ମହିଳାମାନେ ଅଗ୍ରଗାମୀ ହେବେ।

କୁମ୍ଭ: ଦ୍ବିଜମାନଙ୍କର ହିତକାରୀ ହେବେ। ପୁଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଦୃଢ଼ଜ୍ଞ ହେବେ। ବିଖ୍ୟାତ୍‌ କୀର୍ତ୍ତି ସ୍ଥାପନ କରିପାରନ୍ତି। ମହିଳାମାନେ ଧୃତ କର୍ମରେ ଦକ୍ଷତା ପ୍ରତିପାଦନ କରିବେ।

ମୀନ: ଜିତେନ୍ଦ୍ରୀୟ ହେବେ। ସରକାରଙ୍କ ପ୍ରିୟପାତ୍ର ହେବେ। ବନ୍ଧୁବାନ୍ଧବଙ୍କ ହିତକାରୀ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହେବେ। ବହୁ ମୁକ୍ତାର ଅଧିକାରୀ ହେବେ। ମହିଳାମାନେ କର୍ମଠ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories