www.samajalive.in
Saturday, December 6, 2025
16.1 C
Bhubaneswar

ଜୋ ବିଡେନ୍‌ ରାଷ୍ଟ୍ରପତି ହେଲେ ଚୀନ ଆମେରିକାକୁ ଶାସନ କରିବ: ଟ୍ରମ୍ପ

ୱାଶିଂଟନ: ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରତିପକ୍ଷ ତଥା ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ତେବେ ଟ୍ରମ୍ପ ନିର୍ବାଚନ ପାଇଁ ଶୁକ୍ରବାରଠାରୁ ରଣକୌଶଳକୁ ଶାଣିତ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ସେ ବିଡେନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ କହିଛନ୍ତି, ବିଡେନ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତୁ ବୋଲି ଚୀନ ଚାହୁଁଛି। କାରଣ ବିଡେନ୍‌ ରାଷ୍ଟ୍ରପତି ହେଲେ ଚୀନ ଆମେରିକାକୁ ଶାସନ କରିବ।

ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି, ସେ ଯଦି ‘ଅଳସୁଆ’ ବିଡେନ୍‌ଙ୍କଠାରୁ ପରାଜିତ ହେଉଛନ୍ତି, ତେବେ ଚୀନ ବହୁତ ଖୁସି ହେବ। ସେମାନେ ଆମେରିକାକୁ ଶାସନ କରିବାର ସ୍ବପ୍ନ ଦେଖୁଛନ୍ତି। ତେଣୁ ବିଡେନ୍‌ ରାଷ୍ଟ୍ରପତି ହେଲେ ଚୀନ ଆମ ଦେଶକୁ ଶାସନ କରିବ। କେବଳ ଚୀନ ନୁହେଁ, ଇରାନ ମଧ୍ୟ ଅନୁରୂପ ଅଭିଳାସ ରଖିଛନ୍ତି। ଇରାନ ବି ଚାହୁଁଛି ଟ୍ରମ୍ପ ପରାଜିତ ହୁଅନ୍ତୁ। ଏହା ସହିତ ସେ ଯଦି ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ନ ଥାନ୍ତେ, ତେବେ ଉତ୍ତର କୋରିଆ ସହିତ ଆମେରିକାର ଯୁଦ୍ଧ ହୋଇଯାଇଥାନ୍ତା।

- Advertisement -

ଟ୍ରମ୍ପ ଆହୁରି କହିଛନ୍ତି, ଚୀନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରୁଛି। ଏହା ଏକ ବଡ଼ ବିପଦ। ଏ ଦିଗରେ ଆମେ ଅତି ନିକଟରୁ ନଜର ରଖିଛୁ ବୋଲି ଟ୍ରମ୍ପ କହିଛନ୍ତି। ସେହିପରି ମେଲ୍‌ ବାଲଟ୍‌ ଉପରେ ମଧ୍ୟ ବିପଦ ଥିବା ଟ୍ରମ୍ପ କହିଛନ୍ତି। ରୁଷ, ଚୀନ, ଇରାନ, ଉତ୍ତର କୋରିଆ ଭଳି ରାଷ୍ଟ୍ର ସେମାନଙ୍କ ଦେଶରୁ ଆସିବାକୁ ଥିବା ମେଲ୍‌ ବାଲଟ୍‌ଗୁଡ଼ିକୁ ଜାଲିଆତି କରି ବଦଳାଇଦେଇପାରନ୍ତି ବୋଲି ଟ୍ରମ୍ପ ଆଶଙ୍କା କରିଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories