www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରକ ଟାୟାର୍ ଫାଟି ଲାଗିଲା ନିଆଁ, ୧୫ଲକ୍ଷ ଟଙ୍କାର ରାସନ ସାମଗ୍ରୀ ପୋଡି ପାଉଁଶ

ବଲାଙ୍ଗିର:ବୁଧବାର ସକାଳ ପ୍ରାୟ ୧୦ଟା। ବଲାଙ୍ଗିର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ଖମାରମୁଣ୍ଡା-ଜାମସର ଛକ ମଧ୍ୟରେ ଏକ ୧୦ ଚକିଆ ମାଲ୍‌ ବୋଝେଇ ଟ୍ରକର ଟାୟାର୍ ଫାଟି ଯାଇଥିଲା। ଏହାପରେ ସେହି ଟ୍ରକରେ ନିଆଁ ଲାଗିଥିଲା। ନିଆଁ ଲାଗିଯିବା ଦ୍ବରା ମାଲ୍ ବୋଝେଇ ଟ୍ରକଟି ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଦୁର୍ଘଟଣା ଯୋଗୁଁ ରାସ୍ତାରେ ଯାଉଥିବା ୨ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବଲାଙ୍ଗିର ଓ ଲୋଇସିଂହା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଟ୍ରକରେ ନିଆଁ ଲାଗିବା କାରଣରୁ ଜାତୀୟ ରାଜପଥରେ ପ୍ରାୟ ଦେଢ ଘଣ୍ଟା ଧରି ଜାମ୍ ରହିଥିଲା। ସେଠାରେ ପୁଲିସ ପହଞ୍ଚି ଟ୍ରାଫିକ ସମସ୍ୟାକୁ ସ୍ୱାଭାବିକ କରିଥିଲା। ତେବେ ଟ୍ରକର ଚାଳକ ଓ ସହାୟକ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି। ଆହତ ୨ଜଣଙ୍କୁ ବଲାଙ୍ଗିରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ବୁଧବାର ଏକ ବାଇକ୍‌ରେ ବଲାଙ୍ଗିର କନ୍ଧପାଲିପଡ଼ାର ରାକେଶ ନନ୍ଦ ଓ ଜରୁନ ମୁଣ୍ଡା ବରଗଡକୁ ଯାଉଥିଲେ। ଜାମସର ଛକ ନିକଟରେ ସାମ୍ନା ପଟୁ ଆସୁଥିବା ମାଲ ବୋଝେଇ ୧୦ ଚକିଆ ଟ୍ରକର ଟାୟାର ଫାଟି ଯାଇଥିଲା। ଟାୟାର ଖଣ୍ଡ ଛିଟିକିବାରୁ ବାଇକ ଚାଳକ ଜରୁନ ଓ ପଛପଟେ ବସିଥିବା ରାକେଶଙ୍କ ଦେହ ଓ ମୁହଁରେ ବାଜିଥିଲା। ଏହି ଦୁର୍ଘଟଣା ପରେ ପରେ ହିଁ ଟ୍ରକରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଦୁଇ ଆହତଙ୍କୁ ଲୋଇସିଂହା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇବା ବ୍ୟବସ୍ଥା କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ରାକେଶ ଓ ଜରୁନଙ୍କୁ ସର୍ଜରୀ ୱାର୍ଡରେ ରଖାଯାଇଥିବା ସୂଚନା ମିଳିଛି।
ଅନ୍ୟପଟେ ଟ୍ରକରେ ନିଆଁ ଲାଗିବା କାରଣରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇଥିଲେ। ସଙ୍ଗେ ସଙ୍ଗେ ଲୋଇସିଂହା ଦମକଳ ବାହିନୀ ସହ ବଲାଙ୍ଗିର ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ। ବଲାଙ୍ଗିରରୁ ୨ ୟୁନିଟ୍ ଓ ଲୋଇସିଂହାରୁ ଗୋଟିଏ ୟୁନିଟ୍ ଅଗ୍ନିଶମ କର୍ମଚାରୀ ଯାଇ ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟ୍ରକଟି ଜଳି ଯାଇଥିଲା। ଏହି ଟ୍ରକରେ ଛତିଶଗଡର ରାୟପୁରରୁ ଗହମ, ଡାଲି, ଚଣା ଆଦି ସାମଗ୍ରୀ ବଲାଙ୍ଗିରକୁ ଆସୁଥିବା ଜଣାପଡିଛି। ପ୍ରାୟ ୧୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରିଛନ୍ତି ବଲାଙ୍ଗିର ଅଗ୍ନିଶମ ବିଭାଗର ଅଧିକାରୀ ପଞ୍ଚାନନ ବେହେରା। ଟ୍ରକରେ ନିଆଁ ଲାଗିବା କାରଣରୁ ବଲାଙ୍ଗିର-ବରଗଡ ଜାତୀୟ ରଜପଥ ୨୬ରେ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ପୁଲିସ ମଧ୍ୟ ପହଞ୍ଚି ନିଆଁ ଲିଭା ସରିବା ପରେ ଗାଡି ଚଳାଚଳକୁ ସ୍ୱାଭାବିକ କରିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories