www.samajalive.in
Tuesday, December 9, 2025
16.1 C
Bhubaneswar

ମିଳିବ ନିଯୁକ୍ତି ପ୍ରୋତ୍ସାହନ, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ ୩.୦ ଅନ୍ତର୍ଗତ କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ ବୈଠକ ପରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ୧ ହଜାର ୫୮୪ କୋଟି ଟଙ୍କା ଏବଂ ସମ୍ପର୍ଣ୍ଣ ଯୋଜନା ଅବଧି ୨୦୨୦-୨୦୧୩ ପର୍ଯ୍ୟନ୍ତ ପାଇଁ ୨୨ ହଜାର ୮୧୦ କୋଟି ଟଙ୍କା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି।

ଏହି ଯୋଜନାର ପ୍ରମୁଖ ବୈଶିଷ୍ଟଗୁଡିକ ବିଷୟରେ ଶ୍ରୀ ଗଙ୍ଗୱାର କହିଛନ୍ତି ଯେ ୨୦୨୦ ଅକ୍ଟୋବର ୧ ପରେ ଏବଂ ୨୦୨୧ ଜୁନ୍ ପର୍ଯ୍ୟନ୍ତ ନିୟୋଜିତ ନୂତନ କର୍ମଚାରୀଙ୍କ କ୍ଷେତ୍ରରେ ସରକାର ଦୁଇ ବର୍ଷ ପାଇଁ ସବସିଡି ପ୍ରଦାନ କରିବେ। ସରକାର ଉଭୟ କର୍ମଚାରୀଙ୍କ ୧୨ ପ୍ରତିଶତ ଅଂଶଧନ ଏବଂ ଏବଂ ନିଯୁକ୍ତିଦାତାଙ୍କ ୧୨ ପ୍ରତିଶତ ଅବଦାନ ଅର୍ଥାତ୍ ଦୁଇ ବର୍ଷ ପାଇଁ ୧୦୦୦ କର୍ମଚାରୀଙ୍କୁ ନିୟୋଜିତ କରୁଥିବା ପ୍ରତିଷ୍ଠାନଗୁଡିକରେ ନୂତନ କର୍ମଚାରୀଙ୍କ କ୍ଷେତ୍ରରେ ସରକାର ୨୪ ପ୍ରତିଶତ ଇପିଏଫ୍ ଅଂଶଧନ ଭରଣା କରିବେ।

- Advertisement -

ଶ୍ରୀ ଗଙ୍ଗୱାର କହିଛନ୍ତି ଯେ ୧୫ ହଜାରରୁ କମ୍ ଆୟ ବିଶିଷ୍ଟ କର୍ମଚାରୀ ଯିଏ ଅକ୍ଟୋବର ୧ ପୂର୍ବରୁ ଇପିଏଫ୍ଓରେ ପଞ୍ଜୀକୃତ ହୋଇଥିବା ପ୍ରତିଷ୍ଠାନରେ କାର୍ଯ୍ୟ କରିନଥିବେ ଏବଂ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର କିମ୍ବା ଇପିଏଫ୍ ସଦସ୍ୟ ଆକାଉଣ୍ଟ ନମ୍ବର ନ ଥିବା, ସେ ମଧ୍ୟ ଏହି ଯୋଜନାରେ ଲାଭ ପାଇବାକୁ ହକଦାର ହେବେ। ଏହା ଛଡା ୧୫ ହଜାରରୁ କମ ବେତନ ପାଉଥିବା ତଥା ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର ଥିବା ଯେ କୌଣସି ଇପିଏଫ୍ ସଦସ୍ୟ ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କୋଭିଡ ମହାମାରୀ ସମୟରେ ଚାକିରୀରୁ ବାହାରିଥିଲେ ଏବଂ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କୌଣସି ଇପିଏଫ୍ ଥିବା ପ୍ରତିଷ୍ଠାନରେ ଚାକିରିରେ ଯୋଗ ଦେଇନଥିଲେ ମଧ୍ୟ ଏଥିରୁ ଫାଇଦା ପାଇବେ। ଏହି ଯୋଜନାରେ ଇପିଏଫଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସଦସ୍ୟଙ୍କ ଆଧାର ସଂଯୋଗ ହୋଇଥିବା ଆକାଉଣ୍ଟରେ ଅଂଶଧନ ଜମା କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories